ପୋଲିସ କର୍ମଚାରୀ ଙ୍କୁ ରାକ୍ଷୀ ବାନ୍ଧିଲେ ଆମପାଣି ମଣ୍ଡଳ ବିଜେପି ନେତ୍ରୀ।
କଳାହାଣ୍ଡି,୨୮/୦୮
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଏହି ଅବସରରେ କୋକସରା ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆମପାଣି ମଣ୍ଡଳ ର ମହିଳା କର୍ମି ଓ କର୍ମକର୍ତ୍ତା ମାନେ ଆମପାଣି ପୋଲିସ ଥାନା ରେ ପହଞ୍ଚି ପୋଲିସ କର୍ମଚାରୀ ଙ୍କୁ ରକ୍ଷା ବନ୍ଧନ ର ଶୁଭେଚ୍ଛା ସହ ମହିଳା କର୍ମି ମାନେ ପୋଲିସ କର୍ମଚାରୀ ଙ୍କୁ ଭାଇ ଭଉଣୀ ର ଅନାବିଲ ମଧୁର ସମ୍ପର୍କ ରେ ହାତ ରେ ସମ୍ପର୍କ ର ଡୋରି ରାକ୍ଷୀ ବାନ୍ଧି ସେମାନଙ୍କ ଶୁଭ ମନାସିଥିଲେ।ଏହି ଅବସରରେ ଆମପାଣି ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ତାଣ୍ଡି ସମେତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ। ଆମପାଣି ମଣ୍ଡଳ ମହିଳା ସଭାନେତ୍ରୀ ପ୍ରାଞ୍ଜଳି ପ୍ରଧାନ ଓ ମଣ୍ଡଳ ସଭାପତି ମଧୁବନ ପାତ୍ର ଙ୍କ ନେତୃତ୍ୱରେ ମହିଳା ମଣ୍ଡଳ ଉପ ସଭାନେତ୍ରୀ ଧରିତ୍ରୀ ବାଗ, ସବିତା ମାଝୀ, ଏସସି ମୋର୍ଚ୍ଚା ସଭାପତି ରଘୁମଣି ଖମାରି, ଉପ ସଭାପତି ଭଜମନ ନାଏକ,ନକୁଳ ନାଏକ, ସନାତନ ସୁନାନୀ ପ୍ରମୁଖ ଉପସ୍ଥିତ ଥିଲେ।

