Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆହୁରି ୧୫ ଦିନ କଲବଲ କରିବ ତାତି; ଏଯାଏ କେରଳ ଛୁଇଁନି ମୌସୁମୀ

ଭୁବନେଶ୍ବର: ରାଜ୍ୟରେ ଅସମ୍ଭାଳ ତାତିକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ କଲବଲ ହେଉଛନ୍ତି ରାଜ୍ୟବାସୀ। ତେବେ ସୂଚନା ଅନୁଯାୟୀ ଏଥର ବିଳମ୍ବରେ କେରଳ ଛୁଇଁବ ମୌସୁମୀ। କେରଳରେ ମୌସୁମୀ ବିଳମ୍ବ ହେଲେ ଓଡ଼ିଶାରେ ମୌସୁମୀ ବାୟୁ ବିଳମ୍ବରେ ଆସିବ। ଏହାଫଳରେ ରାଜ୍ୟବାସୀଙ୍କୁ ଆହୁରି ତାତି ସହ୍ୟ କରିବାକୁ ପଡିବ। ରାଜ୍ୟବାସୀ ଆହୁରି ୧୫ ଦିନ ଏଭଳି ଗରମ ଅନୁଭୂତ ହୋଇପାରେ ବୋଲି ଆକଳନ କରାଯାଇଛି।

ଦକ୍ଷିଣ ପୂର୍ବ ଆରବ ସାଗରରେ ପଶ୍ଚିମାବାୟୁ ସକ୍ରିୟ ରହିଛି । କିନ୍ତୁ ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯଦି ଏପରି ହୁଏ ତେବେ ଏହା ପ୍ରଭାବରେ କେରଳ ଉପକୂଳ ଆଡକୁ ଅଗ୍ରସର ହେଉଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୁରୁତର ପ୍ରଭାବିତ ହେବା ଆକଳନ କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ