Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାପ୍ରଭୁ ଅସୁସ୍ଥ; ସେବାରେ ଲାଗିଛନ୍ତି ଦଇତାପତି

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ସୁବାସିତ ଜଳରେ ସ୍ନାନ କରି ଜ୍ବରରେ ପଡିଯାଇଛନ୍ତି ମହାପ୍ରଭୁ। ଏବେ ଅଣସର ଘରେ ଅଛନ୍ତି ତିିନିଠାକୁର। ତିନିଠାକୁରଙ୍କୁ ସୁସ୍ଥ କରିବା ଲାଗି ‌ତାଙ୍କ ସେବାରେ ଲାଗି ପଡ଼ିଛନ୍ତି ଦଇତାପତି। ଅଣସର ଘରେ ମହାପ୍ରଭୁ ଅସୁସ୍ଥ ଥିବା ବେଳେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ ।

ସେପଟେ ତିନିଠାକୁର ଅଣସର ଘରେ ଥିବା ବେଳେ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କୁହାଯାଏ ମହାପ୍ରଭୁ ଅଣସର ଘରେ ଥିବା ବେଳେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ। ପ୍ରଭୁ ଅଲାରନାଥଙ୍କ ସ୍ବତନ୍ତ୍ର ନୀତିକାନ୍ତି ଶେଷ କରାଯିବା ପରେ ଆରମ୍ଭ ହେଉଛି ସର୍ବସାଧାରଣ ଦର୍ଶନ । ଅଲାରନାଥଙ୍କୁ ଦର୍ଶନ କରିବାକୁ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମୁଥିବା ଦେଖିବାକୁ ମିଳୁଛି। ଭିଡକୁ ଦୃଷ୍ଟିରେ ରଖି ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ