ମୋଟେର ଠାରେ ଜିଲ୍ଲା ରଙ୍ଗୀନ ଘୁମୁରା ମହାସଂଘ ର ସାଙ୍ଗଠାନିକ ସମାବେଶ।
କଳାହାଣ୍ଡି,୩୦/୦୮
କଳାହାଣ୍ଡି ଜିଲ୍ଲା ସ୍ତରୀୟ ରଙ୍ଗୀନ ଘୁମୁରା ମହାସଂଘ ର ସାଙ୍ଗଠାନିକ ସମାବେଶ ରବିବାର କୋକସରା ବ୍ଲକ ମୋଟେର ଡାକ ବଙ୍ଗଳା ଠାରେ ସଙ୍ଘ ର ହେମନ୍ତ କୁମାର ପାଢୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ସମ୍ମାନିତ ଅତିଥି ଭାବେ ବରିଷ୍ଠ କଳାକାର ଭଗବାନ ବେନୁପାଣି ଓ ମା ଠାକୁରାଣୀ ୟୁଟୁବ ଚେନାଲ ସ୍ୱତାଧିକାରୀ ଅନନ୍ତ ଗୋପାଳ ଉପସ୍ଥିତ ଥିଲେ।କଳାହାଣ୍ଡି ର ବିରବାଦ୍ୟ ଘୁମୁରା ଲୋକକଳା,ଲୋକ ସଂସ୍କୃତି କୁ ଉଜ୍ଜୀବିତ କରି ରଖିଛି, ହେଲେ ଏହି କଲା ଉପରେ ନିର୍ଭର କରି ପେଟପାଟଣା କରୁଥିବା କଳାକାର ମାନଙ୍କୁ ରାଜ୍ୟ ସରକାରଙ୍କ କଳାକାର ମାନଙ୍କ ପାଇଁ ରହିଥିବା ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରିବା,ପାର୍ବଣ ଋତୁ ରେ ବିଭିନ୍ନ ପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଉଚିତ ପାରିଶ୍ରମିକ ମିଳିବ ତାହା ଉପରେ ଆଲୋଚନା କରାଯାଇଥିଲା। ଏଥିପାଇଁ ଜିଲ୍ଲା ସଙ୍ଘ ପକ୍ଷରୁ ଘୁମୁରା ପ୍ରଦର୍ଶିତ ନେଇ ସଙ୍ଘ ର ଗାଇଡ଼ ଲାଇନ ଅନୁସାରେ ସମସ୍ତ ଘୁମୁରା ଦଳ କାର୍ଯ୍ୟ ନିର୍ବାହ ପାଇଁ ମତ ପ୍ରକାଶ ପାଇଥିଲା। ଏହାସହ ଆଗାମୀ ଦିନରେ ନୁଆ ପିଢ଼ିକୁ ଉତ୍ସାହତ କରି ଏହି ମାଟିର କଳା ( ରଙ୍ଗୀନ) ଘୁମୁରା କୁ କେମିତି ଉଜ୍ଜୀବିତ କରି କଳାହାଣ୍ଡି ର ପରମ୍ପରା କୁ ଦୂର ପ୍ରସାରି କରିବା ସେନେଇ ଉପସ୍ଥିତ ବରିଷ୍ଠ କଳାକାର ଡମ୍ବରୁ ଧର ମହାଳିକ, ଚନ୍ଦ୍ରଶେଖର ଜୁଏଡ଼,ଅନୀଲ ଖମାରି, ହରେକୃଷ୍ଣ ସରାବୁ, ରିଙ୍କୁ ନାଏକ ପ୍ରମୁଖ ଉପସ୍ଥିତ ଥିବାବେଳେ ଘୁମୁରା କଣ୍ଠଶିଳ୍ପୀ ଲେଖକ ବିରେନ୍ଦ୍ର ରାଉତ ମଞ୍ଚ ପରିଚାଳନା କରିଥିଲେ।ଏହି ବୈଠକରେ ଜିଲ୍ଲା ର ବିଭିନ୍ନ ବ୍ଲକ ରେ ଥିବା ରଙ୍ଗୀନ ଘୁମୁରା ଦଳ ର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ।

