Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha T20 League: ବାରବାଟୀରେ ଜମିବ Big Battle, ଆରମ୍ଭ ହେବାକୁ ଯାଉଛି ‘ଓଡ଼ିଶା ଟି-୨୦ ଲିଗ୍‌’ର ଦ୍ୱିତୀୟ ସଂସ୍କରଣ

କଟକ: କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଜମିବ କ୍ରିକେଟ୍‌ର ବଡ଼ ଲଢ଼େଇ। ସେପ୍ଟେମ୍ବର ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଟି-୨୦ ଲିଗ୍‌ର ଦ୍ୱିତୀୟ ସଂସ୍କରଣ। ଚଳିତ ବର୍ଷ ଲିଗ୍‌ରେ ନୂଆ ରୂପ ଦିଆଯାଇ ଏହାକୁ ‘ସିଏମ୍‌ ଟ୍ରଫି’ କରାଯାଇଛି। ଏନେଇ ଟ୍ରଫି ଓ ଲୋଗୋ ମଧ୍ୟ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି। ସେପ୍ଟେମ୍ବର ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଫ୍ରାଞ୍ଚାଇଜ୍‌ ଭାଗ ନେବେ।

ଏହି ଲିଗ୍‌ ପାଇଁ ୬ଟି ଦଳର ନାମ ମଧ୍ୟ ଘୋଷଣା କରାଯାଇଛି। **ଭୁବନେଶ୍ୱର ଟାଇଗର୍ସ, କଟକ ପ୍ୟାନ୍ଥର୍ସ, ପୁରୀ ଟାଇଟାନ୍ସ, ସମ୍ବଲପୁର ୱାରିଅର୍ସ, କେନ୍ଦୁଝର ମାଇନର୍ସ ଓ ରାଉରକେଲା ଷ୍ଟିଲର୍ସ** ନାମରେ ଦଳଗୁଡ଼ିକ ମଇଦାନକୁ ଓହ୍ଲାଇବେ। ଆସନ୍ତା ୬ ତାରିଖରେ ଖେଳାଳିମାନଙ୍କ ଡ୍ରାଫ୍ଟିଂ କରାଯିବ। ଏହାପରେ ରାଜ୍ୟର ଉଦୀୟମାନ ଓ ଯୁବ କ୍ରିକେଟ୍‌ ପ୍ରତିଭାମାନେ ବିଭିନ୍ନ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଖେଳୁଥିବାର ଦର୍ଶକ ଦେଖିପାରିବେ।

ରାଜ୍ୟର ଯୁବ ଓ ପ୍ରତିଭାବାନ କ୍ରିକେଟର୍‌ମାନଙ୍କୁ ଏକ ବଡ଼ ମଞ୍ଚ ଯୋଗାଇଦେବା ଲକ୍ଷ୍ୟରେ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଏହି ଲିଗ୍‌ର ଆୟୋଜନ କରାଯାଉଛି। ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଲିଗ୍‌ ସମ୍ପର୍କରେ ସବିଶେଷ ସୂଚନା ଦିଆଯାଇଛି। ନୂଆ ଖେଳାଳିଙ୍କୁ ନିଜ ପ୍ରତିଭା ଦେଖାଇବାର ସୁଯୋଗ ମିଳିବା ସହ ଏହି ଟି-୨୦ ଲିଗ୍‌କୁ ନେଇ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ବଢ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ