Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ram Mandir: ୪ କୋଟିର ଚେକ୍ ଦେଇ ଚର୍ଚ୍ଚାରେ ଦାତା,କିନ୍ତୁ ଆକାଉଣ୍ଟରେ ଥିଲା ମାତ୍ର ୩ ଟଙ୍କା!

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରକୁ ୪ କୋଟି ଟଙ୍କା ଦାନ ପାଇଁ ଦିଆଯାଇଥିବା ଚେକ୍‌କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଚେନ୍ନାଇର ଜଣେ ମହିଳା ଶ୍ରଦ୍ଧାଳୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଏହି ଚେକ୍‌ ଦେଇଥିଲେ। ମନ୍ଦିରରେ କାମ କରୁଥିବା କର୍ମଚାରୀଙ୍କ ସୁବିଧା ଓ କଲ୍ୟାଣ ପାଇଁ ଏହି ଟଙ୍କା ଦାନ କରାଯିବ ବୋଲି କୁହାଯାଇଥିଲା। ତେବେ ଚେକ୍‌ଟି ବ୍ୟାଙ୍କରେ ଜମା ହେବା ପରେ ଯାଞ୍ଚ ସମୟରେ ସମ୍ପୃକ୍ତ ଆକାଉଣ୍ଟରେ ମାତ୍ର ୩ ଟଙ୍କା ଥିବା ଜଣାପଡ଼ିଥିଲା।

ଆକାଉଣ୍ଟରେ ଆବଶ୍ୟକ ଟଙ୍କା ନଥିବାରୁ ୪ କୋଟି ଟଙ୍କାର ଚେକ୍‌ଟି ବାଉନ୍ସ ହୋଇଯାଇଛି। ରିପୋର୍ଟ ଅନୁସାରେ, ରାମ ମନ୍ଦିରରେ କାମ କରୁଥିବା ପ୍ରାୟ ୧୦ ହଜାର କର୍ମଚାରୀଙ୍କ କଲ୍ୟାଣ ଓ ସୁବିଧା ପାଇଁ ଏହି ବଡ଼ ଅଙ୍କର ଦାନ ଦିଆଯାଇଥିଲା। ୪ କୋଟି ଟଙ୍କାର ଦାନ ଘୋଷଣା ପରେ ଏହାକୁ ନେଇ ଆଲୋଚନା ହୋଇଥିଲା। ମାତ୍ର ଚେକ୍‌ ବାଉନ୍ସ ହେବା ପରେ ଘଟଣାଟି ନୂଆ ମୋଡ଼ ନେଇଛି।

ଏବେ ଏହି ଘଟଣାକୁ ନେଇ ବ୍ୟାଙ୍କ ପକ୍ଷରୁ ଆଗାମୀ ପଦକ୍ଷେପ ପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ମହିଳାଙ୍କୁ ନୋଟିସ୍‌ ଜାରି କରି ଚେକ୍‌ ବାଉନ୍ସର କାରଣ ସମ୍ପର୍କରେ ସ୍ପଷ୍ଟୀକରଣ ମଗାଯାଇପାରେ। ୪ କୋଟି ଟଙ୍କାର ଚେକ୍‌ ଏବଂ ଆକାଉଣ୍ଟରେ ମାତ୍ର ୩ ଟଙ୍କା ଥିବା ଘଟଣା ଏବେ ରାମ ମନ୍ଦିରର ଦାନକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories