Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନଗା ଟ୍ରେନ୍‌ ଦୁର୍ଘଟଣା; ମୃତ୍ୟୁ ସଂଖ୍ୟା ୨୭୮କୁ ବୃଦ୍ଧି

ଭୁବନେଶ୍ୱର: ବାଲେଶ୍ବର ବାହାନଗାରେ ଶୁକ୍ରବାରର ଟ୍ରିପଲ ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବଢିଚାଲିଛି। ସରକାରୀ ଆକଳନ ଅନୁଯାୟୀ ମୃତ୍ୟୁ ସଂଖ୍ୟା ୨୭୮କୁ ବୃଦ୍ଧି ପାଇଛି। ପୂର୍ବରୁ ୨୭୫ ଥିଲା। ଦୁର୍ଘଟଣାରେ ଆଉ ତିନିଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଜୁନ୍ ୨ରେ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ୨୭୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକ ଯାତ୍ରୀ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ସୂଚନା ଅନୁଯାୟୀ ବିଭିନ୍ନ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୧୨୦୭ ଆହତ ଯାତ୍ରୀଙ୍କ ମଧ୍ୟରୁ ୧୦୦୯ ଜଣଙ୍କୁ ଡିସଚାର୍ଜ କରାଯାଇଛି। ଅବଶିଷ୍ଟ ୧୯୮ ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି। ମୃତକଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ୧୭୦ ଟି ମୃତଦେହ ଚିହ୍ନଟ କରାଯାଇଛି। ଏବଂ ରାଜ୍ୟ ସରକାର ମୃତଦେହଗୁଡିକୁ ମାଗଣା ପରିବହନ ପାଇଁ ବ୍ୟବସ୍ଥା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories