Karnataka Crime: ସାମାନ୍ୟ ଚିକେନ୍ ଟୁକୁଡ଼ାକୁ ନେଇ ଝଗଡ଼ା, ଗଡ଼ିଲା ମୁଣ୍ଡ! ଅଭିଯୁକ୍ତ ଅଟକ
କର୍ଣ୍ଣାଟକ: କର୍ଣ୍ଣାଟକର ବେଲଗାଭିରେ ଚିକେନ୍ ଟୁକୁଡ଼ାକୁ ନେଇ ଆରମ୍ଭ ହୋଇଥିବା ବଚସା ଶେଷରେ ହତ୍ୟାକାଣ୍ଡର ରୂପ ନେଇଛି। ଘଟଣାକୁ ନେଇ ପୋଲିସ ଜଣେ ଅଭିଯୁକ୍ତଙ୍କୁ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି।
ପୋଲିସ ସୂଚନା ଅନୁଯାୟୀ, ଚିକେନ୍ ଟୁକୁଡ଼ାକୁ ନେଇ ଦୁଇ ପକ୍ଷ ମଧ୍ୟରେ ବିବାଦ ହୋଇଥିଲା। ପରେ ଏହି ବଚସା ଉଗ୍ର ରୂପ ନେବା ସହ ହତ୍ୟା ଘଟିଥିବା ଅଭିଯୋଗ ହୋଇଛି। ଘଟଣା ପରେ ପୋଲିସ ଅଭିଯୁକ୍ତଙ୍କୁ ଧରି ତଦନ୍ତ ଚଳାଇଛି।
ପଚରାଉଚରା ସମୟରେ ଅଭିଯୁକ୍ତ ନିଜ ଅପରାଧ ସ୍ୱୀକାର କରିଥିବା ନେଇ ପୋଲିସ ପକ୍ଷରୁ ଦାବି କରାଯାଇଛି। ତେବେ ହତ୍ୟାର ପ୍ରକୃତ କାରଣ ଓ ଘଟଣାର ସମ୍ପୂର୍ଣ୍ଣ ପୃଷ୍ଠଭୂମି ନେଇ ପୋଲିସର ତଦନ୍ତ ଜାରି ରହିଛି।

