Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ରେ ମୋ ଘର ଯୋଜନା କର୍ମଶାଳା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଭାଗୃହ ରେ ସୋମବାର ମୋ ଘର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବୀରମହାରାଜପୁର ବିଡିଓ ମୋତିଲାଲ ସୁଲିଆ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କର୍ମଶାଳାରେ ସୁବର୍ଣ୍ଣପୁର ଜିଲା ଏପିଡି ଆଲୋକରଶ୍ମି ମିଶ୍ର, ଜିଲା ଏମଜିଏନଆରଇଜିଏ ର ପ୍ରୋଜେକ୍ଟ ଡାଇରେକ୍ଟର ମନୋଜ ମିଶ୍ର ଯୋଗଦେଇ ମୋ ଘର ଯୋଜନା ଉପରେ ମତବ୍ୟକ୍ତ କରିଥିଲେ। ଜିପିଇଓ ପ୍ରଦୀପ ବାଘ, ଓଏଲଏମ ବିପିଏମ ମନୋଜ କୁମାର ବାଘ, ବିଏସଏସ୍ ଓ ଅଞ୍ଜୁଲତା ମିଶ୍ର, ବ୍ଲକର ସମସ୍ତ ପିଇଓ ,ଜିଆରଏସ, ଯନ୍ତ୍ରୀ , ସିଆରପି ,ଏମବିକେ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା,ବ୍ଲକର ସମସ୍ତ କର୍ମଚାରୀ ଯୋଗଦେଇ ଥିଲେ। ଗ୍ରାମାଞ୍ଚଳର ଗରୀବ ଓ ମଧ୍ୟବିତ୍ତ ପରିବାରଙ୍କ ପାଇଁ ସରକାର ଗତ ମେ ୨୯ତାରିଖରେ ଲୋକାର୍ପଣ କରିଥିବା ମୋ ଘର ଯୋଜନା କୁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ରେ ସଫଳ କରାଇବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେବା ସହିତ ପ୍ରସ୍ତୁତ ରହିବାକୁ ଉକ୍ତ କର୍ମଶାଳାରେ ସମସ୍ତଙ୍କୁ ପରାମର୍ଶ ଦିଆଯାଇ ଥିଲା। ଉକ୍ତ ଯୋଜନାର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ସଫଳରୂପାୟନ ପାଇଁ ବ୍ଲକ,ବ୍ୟାଙ୍କ ଓ ରାଜସ୍ବ ଅଧିକାରୀ ଙ୍କ ଭୂମିକା ବିଷୟରେ ଆଲୋଚନା ହୋଇଥିଲା। ଚଳିତ ୧୬ତାରିଖରୁ ଏହି ଯୋଜନାରେ ସାମିଲ ହେବା ପାଇଁ ରାଜ୍ୟ ସରକାରଙ୍କ ୱେବ ସାଇଟରେ ହିତାଧିକାରୀମାନେ ଆବେଦନ କରିପାରିବେ। ଆବେଦନ ସମୟରେ ଯେପରି ହିତାଧିକାରୀମାନେ ହଇରାଣ ନ ହେବେ ସେଥିପାଇଁ ବିଭାଗ ତତ୍ପରତା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିପରି ଉକ୍ତ ଯୋଜନା ବ୍ୟାପକ ଭାବେ ଲୋକଙ୍କୁ ସଚେତନ କରାଯିବ ଏବଂ ବ୍ଲକ ରେ ସମସ୍ତ ଅଧିକାରୀ ସୁରୁଖୁ୍ରରେ ଉକ୍ତ ଯୋଜନାକୁ ସଫଳ କରାଇବେ ସେହି ବିଷୟରେ ଆଲୋଚନା ହୋଇଥିଲା । ଶେଷରେ ବୀରମହାରାଜପୁର ଏବିଡିଓ ପୁରୁଷୋତ୍ତମ ଧରୁଆ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ