Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେହେରା କଲେଜରେ ନବ ପଲ୍ଲବ କାର୍ଯ୍ୟକ୍ରମ,ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ।

କଳାହାଣ୍ଡି,୩୧/୦୮
କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ନବପଲ୍ଲବ ଶିରୋନାମାରେ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଦ୍ଵିତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ଶିକ୍ଷାର୍ଥୀ ମାନଙ୍କୁ ଫୁଲ, ଚନ୍ଦନ ଦେଇ ସ୍ନେହ,ଶ୍ରଦ୍ଧା,ଶୁଭେଚ୍ଛା ଅର୍ପଣ କରିଥିଲେ। କଲେଜ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ସମ୍ମାନୀତ ଅତିଥି ଭାବେ କଲେଜର ପୂର୍ବତନ ଛାତ୍ର ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,କୋକସରା ର ଇଂରାଜୀ ଅଧ୍ୟାପକ ମଧୁସୂଦନ ନାଗ, ଦନ୍ତେଶ୍ବେରୀ ଉଚ୍ଚ ବିଦ୍ୟାଳୟ,ବେହେରା ର ସହକାରୀ ଶିକ୍ଷକ ପ୍ରେମଲାଲ କାଣ୍ଡ, ନେଗିଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଲୟର ଇଂରାଜୀ ବିଭାଗର ଅତିଥି ଅଧ୍ୟାପିକା ତନୁଜା ସାହୁ ସହିତ ଅଧ୍ୟାପକ ରଞ୍ଜନ କୁମାର ପଣ୍ଡା, ଅଧ୍ୟାପକ ନିକୁଞ୍ଜ ସାହୁ, ଅଧ୍ୟାପକ ଅକ୍ଷୟ ପଟ୍ଟନାୟକ, ଅଧ୍ୟାପକ ମୋହନ ଚରଣ ବିଶି, ଗ୍ରନ୍ଥାଗାର ସହାୟକ ଫକିର ଚଣ୍ଡି, ଖେଳ ଶିକ୍ଷକ ସୁରେନ୍ଦ୍ର ସାହୁ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ପରାର୍ମଶ ଦେବା ସହ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ମାର୍ଗଦର୍ଶନ କରିଥିଲେ। ଏହି ଅବସରରେ ଦ୍ଵିତୀୟ ବର୍ଷ ଛାତ୍ରୀ ଅମ୍ବିକା ସାହୁ, ଲଭଲି ଦୁର୍ଗା, ମମତା ଛତ୍ରିଆ, ବବିତା ନିଆଲ, ଶିବାନୀ ବାଗ, ରଶ୍ମିତା ତାଣ୍ଡି ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ। ଦ୍ବିତୀୟ ବର୍ଷର ରେଣୁକା ନାଏକ, ଖିରମତି ଜୁଏଡ, ଝରଣା ପଟେଲ, ମେଘାଲୟ ଭୋଇ, ମନିଷା ମେହେର ତାଙ୍କ ଅନୁଭୁତି ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମକୁ ବିକାଶ ରାଉତ, ଦ୍ରୋପଦୀ ଗୋପାଳ ସଂଯୋଜନାରେ କରିଥିବାବେଳେ ଦୁହିତା ଗୋପାଳ ସ୍ବାଗତ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ଦ୍ୱିତୀୟ ବର୍ଷ ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଅବସରରେ ବାର୍ଷିକ ପରୀକ୍ଷା-୨୦୨୬ ରେ ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାନୁର୍ଯ୍ୟ ଗୋପାଳ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ