ମହିଳା ଙ୍କୁ ପୁଲିସର ଅସଦାଚରଣ ଅଭିଯୋଗ ;ତଦନ୍ତ ରେ ଯାଇଥିବା ପୋଲିସ କୁ ଗୋଡାଇ ଗୋଡାଇ ମାଡ ମାରିଲେ ଗ୍ରାମବାସୀ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସୁବଳୟା ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମକୁ ତଦନ୍ତରେ ଯାଇଥିବା ଜଣେ ପୋଲିସ ଏଏସଆଇ ଙ୍କୁ ଗୋଡାଇ ଗୋଡାଇ ଗ୍ରାମବାସୀ ମାଡ ମାରିଥିବା ଅଭିଯୋଗ ହୋଇଛି।
ଅପର ପକ୍ଷରେ ଜଣେ ମହିଳାଙ୍କୁ ପୋଲିସ ଅସଦାଚରଣ କରିଥିବା ଅଭିଯୋଗ ମଧ୍ୟ ହୋଇଛି।ସୁବଳୟା ପୋଲିସ ପକ୍ଷରୁ ମିଳିଥିବା ସୁଚନା ମତେ ତିଲେଇମାଲ ଗ୍ରାମରେ ସୁବାସ ପଧାନ ଓ ରତ୍ନାକର ପଧାନ ଙ୍କ ମଧ୍ୟରେ ଗତ ରବିବାର ଗଣ୍ଡଗୋଳ ହୋଇଥିଲା। ଏନେଇ ସୁବଳୟା ଥାନାରେ ସୁବାସ ପଧାନ ଙ୍କ ଅଭିଯୋଗ ଆଧାରରେ କେସ ନଂ ୮୦/୨୩ରେ ଏକ ମାମଲା ହୋଇଥିବା ବେଳେ ରତ୍ନାକର ପଧାନ ଙ୍କ ଅଭିଯୋଗ ଆଧାରରେ କେସ ନଂ ୮୧/୨୩ ରେ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲା ର ତଦନ୍ତ କରିବାକୁ ସୁବଳୟା ଥାନାର ଏଏସଆଇ ଗୌରହରୀ ମେହେର ଓ ଗ୍ରାମରକ୍ଷୀ ରବୀଚନ୍ଦ୍ର ବିଭାର ଉକ୍ତ ଗ୍ରାମକୁ ସୋମବାର ପୂର୍ବାହ୍ନରେ ଯାଇଥିଲେ । ଉଭୟ ପରିବାରର ଲୋକଙ୍କୁ ଡାକି ତଦନ୍ତ କରୁଥିବା ବେଳେ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଗ୍ରାମବସୀ ଏଏସଆଇ ଶ୍ରୀ ମେହେର ଙ୍କୁ ଆକ୍ରମଣ କରି ମାଡ ମାରିଥିବା ଅଭିଯୋଗ ହୋଇଛି। ଖବରପାଇ ପୋଲିସ ଯାଇ ଏଏସଆଇ ମେହେର ଙ୍କୁ ଉଦ୍ଧାର କରିଥିଲା। ଏନେଇ ସୁବଳୟା ଥାନାରେ କର୍ତ୍ତବ୍ୟରତ ଜଣେ ପୋଲିସ ଅଧିକାରୀ ଙ୍କୁ ମାଡ ମାରିଥିବା ଅଭିଯୋଗ ରେ ଗ୍ରାମର ନେପୁର ପଧାନ,ମହାଦେବ ସାହୁ,ପ୍ରଫୁଲ୍ଲ ସାହୁ,ଦୁର୍ଗାପ୍ରସାଦ ପଧାନ,ରାଘବ ସାହୁ,ବାଦଲ ପଧାନ,ବେଲାରସେନ ହାତୀ ଓ ଅନ୍ୟମାନଙ୍କ ନାମରେ କେସ ନଂ ୮୨/୨୩ ରେ ଆଇପିସି ଧାରା ୩୪୧,୧୪୭,୧୪୮,୨୯୪,୫୦୬,୩୭୯,୩୩୨,୩୫୫,୪୨୭ ଓ ୧୪୯ ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି ।
ଅପର ପକ୍ଷରେ ନେପୁର ପଧାନ କୁ ପୋଲିସ ଅସଦାଚରଣ କରିଥିବା ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକ ଓ ବୀର୍ ମହାରାଜପୁର ଏସଡିପିଓ ଙ୍କୁ ନିପୁର ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗମତେ ତଦନ୍ତ କରିବାକୁ ଆସିଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଦିପ୍ତିରଞ୍ଜନ ଦିଗାଲ ଅସଦାଚରଣ କରିଵା ସହିତ ଜୋରଜବରଦସ୍ତ ବଳତ୍କାର କରିବାକୁ ଚେଷ୍ଟା କରିଥିବା ଅଭିଯୋଗ କରିଛନ୍ତି। ମହିଳା ଓ ତାଙ୍କ ଦୁଇ ଛୁଆ ଚିତ୍କାର କରିଵାରୁ ଗ୍ରାମର ଲୋକେ ଆସିବାରୁ ସେ ଗ୍ରାମବାସୀ ଙ୍କୁ ଗାଳିଗୁଲଜ କରି ସେଠାରୁ ଫେରାର ହୋଇଯାଇଥିବା ଅଭିଯୋଗରେ ଦର୍ଶାଇଛନ୍ତି। ମହିଳା ଜଣକ ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣୀ ଭୋଇ ଓ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଙ୍କୁ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ କୁ ନେଇ ଭାରପ୍ରାପ୍ତ ଥାନା ଅଧିକାରୀ ଦିପ୍ତିରଞ୍ଜନ ଦିଗାଲ ଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଥିଲେ। ବୀରମହାରଜପୁର ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣୀ ଭୋଇ ଙ୍କୁ ପଚାରିବାରୁ ମଙ୍ଗଳବାର ଏନେଇ ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି। ତେବେ ଘଟଣାଟି ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।