PM Modi on Swadeshi: ‘Vocal for Local’ ମନ୍ତ୍ର ଆପଣାନ୍ତୁ, ବିଦେଶରେ Wedding ନୁହେଁ Indiaରେ ବିବାହ କରନ୍ତୁ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱଦେଶୀ’ ଓ ‘ଭୋକାଲ୍ ଫର୍ ଲୋକାଲ୍’ର ମନ୍ତ୍ର ଆପଣାଇବାକୁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି, କେବଳ ମନୋରଞ୍ଜନ ପାଇଁ ବିଦେଶ ଭ୍ରମଣ କରିବା କିମ୍ବା ବିଦେଶରେ ବିବାହ ଆୟୋଜନ କରିବାରୁ ଦେଶବାସୀ ଦୂରେଇ ରହିବା ଉଚିତ। ଏହା ବଦଳରେ ଭାରତରେ ହିଁ ବିବାହ ଆୟୋଜନ କରିବାର ମନ୍ତ୍ର ଆପଣାଇବାକୁ ସେ କହିଛନ୍ତି।
ସେହିପରି ଆବଶ୍ୟକତା ନଥିଲେ ସୁନା କିଣିବାରୁ ମଧ୍ୟ ଦୂରେଇ ରହିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସ୍ୱଦେଶୀ ଓ ଆତ୍ମନିର୍ଭରତା ଉପରେ ଯେତେ ଅଧିକ ଗୁରୁତ୍ୱ ଦିଆଯିବ, ଭାରତର ଆତ୍ମବିଶ୍ୱାସ ସେତେ ବଢ଼ିବ ବୋଲି ସେ କହିଛନ୍ତି। ଦେଶର ନୀତି ଠିକ୍ ଦିଗରେ ରହିଛି ଏବଂ ଉଦ୍ଦେଶ୍ୟ ମଧ୍ୟ ସ୍ପଷ୍ଟ ବୋଲି ମୋଦୀ କହିଛନ୍ତି।
୧୦୦ ବର୍ଷର ସ୍ୱାଧୀନତା ପାଳନ ବେଳକୁ ଯୁବପିଢ଼ିଙ୍କ ହାତରେ ଏକ ‘ବିକଶିତ ଭାରତ’ ହସ୍ତାନ୍ତର କରିବାର ଲକ୍ଷ୍ୟ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜିର ପରିଶ୍ରମ ମାଧ୍ୟମରେ ଯୁବପିଢ଼ିର ସ୍ୱପ୍ନକୁ ସାକାର କରାଯାଇପାରିବ ବୋଲି ସେ ଆହ୍ୱାନ ଦେଇଛନ୍ତି। ୧୪୦ କୋଟି ଭାରତୀୟଙ୍କ ସାମୂହିକ ଶକ୍ତି ଦେଶକୁ ନୂଆ ଉଚ୍ଚତାକୁ ନେବ ବୋଲି କହିବା ସହ ସ୍ୱଦେଶୀ ଓ ଆତ୍ମନିର୍ଭରତାର ସଂକଳ୍ପ ନେଇ ଏକାଠି ଆଗକୁ ବଢ଼ିବାକୁ ମୋଦୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି।

