Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Dara Singh: ଆଜୀବନ କାରାଦଣ୍ଡରୁ ମୁକୁଳିବେ କି ଦାରା ସିଂ? ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅଷ୍ଟ୍ରେଲୀୟ ମିସନାରୀ ଗ୍ରାହମ ଷ୍ଟେନ୍ସ ଏବଂ ତାଙ୍କର ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ଦଣ୍ଡ ହ୍ରାସ ହେବ ନା ନାହିଁ, ତାହା ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଦାରା ସିଂଙ୍କ ଦଣ୍ଡ ହ୍ରାସ ସମ୍ପର୍କିତ ଆବେଦନ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତିରେ ବିଳମ୍ବ ହେଉଥିବାରୁ ପୂର୍ବ ଶୁଣାଣିରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ।

ଜଷ୍ଟିସ୍ ମନୋଜ ମିଶ୍ର ଓ ଜଷ୍ଟିସ୍ ବିଜୟ ବିଷ୍ଣୋୟୀଙ୍କ ଖଣ୍ଡପୀଠ ଦାରା ସିଂଙ୍କ ଆବେଦନ ଉପରେ ଯଥାଶୀଘ୍ର ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ କହିଥିଲେ। ଗତ ଜୁଲାଇ ୧୪ ତାରିଖରେ ମାମଲାର ଶୁଣାଣି ସମୟରେ ଓଡ଼ିଶା ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଦାରା ସିଂଙ୍କ ଆବେଦନ ଉପରେ ନିଷ୍ପତ୍ତି ପ୍ରକ୍ରିୟାର ସମୀକ୍ଷା କରି ଖୁବଶୀଘ୍ର ଖଣ୍ଡପୀଠଙ୍କୁ ଅବଗତ କରାଇବ ବୋଲି କହିଥିଲା। ହେଲେ ପ୍ରାୟ ଏକ ମାସ ପରେ ମଧ୍ୟ ଏନେଇ କୌଣସି ସୂଚନା ଦିଆଯାଇନଥିବାରୁ ଖଣ୍ଡପୀଠ ଆପତ୍ତି ଉଠାଇଥିଲେ।

ଏହାପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସେପ୍ଟେମ୍ବର ୨ ତାରିଖ ଧାର୍ଯ୍ୟ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ତାଗିଦ୍ ପରେ ଦାରା ସିଂଙ୍କ ଦଣ୍ଡ ହ୍ରାସ ଆବେଦନ ଉପରେ ରାଜ୍ୟ ସରକାର ଓ ଓଡ଼ିଶା ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ କି ପଦକ୍ଷେପ ନେଇଛନ୍ତି, ତାହା ଉପରେ ଏବେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories