Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Chirag Paswan: କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କୁ ହତ୍ୟା ଧମକ, ଗୃହ ମନ୍ତ୍ରଣାଳୟକୁ ଜଣାଇଲେ ସଚିବ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ତଥା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଚିରାଗ ପାସୱାନଙ୍କୁ ହତ୍ୟା ଧମକ ମିଳିଥିବା ଜଣାପଡ଼ିଛି। ଏକ ଅଜଣା ଚିଠିରେ ତାଙ୍କୁ ‘ହାର୍ଡକୋର୍ ଆତଙ୍କବାଦୀ’ଙ୍କ ଦ୍ୱାରା ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିବା ଦାବି ହୋଇଛି। ଘଟଣା ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅବଗତ କରାଯାଇଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଏ ବିଷୟରେ ଜଣାଇ ଦିଆଯାଇଛି।

ଚିରାଗ ପାସୱାନଙ୍କ ସଚିବ ଗୃହ ମନ୍ତ୍ରଣାଳୟକୁ ପଠାଇଥିବା ଚିଠିରେ କହିଛନ୍ତି ଯେ, ବୁଧବାର ମନ୍ତ୍ରଣାଳୟକୁ ଏକ ଦସ୍ତଖତବିହୀନ ଚିଠି ମିଳିଥିଲା। ଚିଠିରେ ଦୁଇଟି ମୋବାଇଲ୍ ନମ୍ବର ଥିବା ସହ କେନ୍ଦ୍ରମନ୍ତ୍ରୀଙ୍କ ଜୀବନ ପ୍ରତି ସିଧାସଳଖ ଧମକ ଦିଆଯାଇଥିବା ଜଣାପଡ଼ିଥିଲା। ଚିଠିଟି ମିଳିବା ପରେ ଏହି ମାମଲାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ତଦନ୍ତ କରିବାକୁ ଗୃହ ମନ୍ତ୍ରଣାଳୟକୁ ଅନୁରୋଧ କରାଯାଇଛି।

ଏହାସହ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରିବାକୁ ଚିଠିରେ ଅନୁରୋଧ କରାଯାଇଛି। ଧମକ ଚିଠି ପଛରେ କିଏ ରହିଛି ଏବଂ ଏଥିରେ ଉଲ୍ଲେଖ ଥିବା ମୋବାଇଲ୍ ନମ୍ବରଗୁଡ଼ିକର ସତ୍ୟତା କ’ଣ, ତାହା ଜାଣିବା ପାଇଁ ତଦନ୍ତ କରାଯିବ। ଘଟଣା ପରେ କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ମଧ୍ୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଦକ୍ଷେପ ନିଆଯିବା ଉପରେ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories