Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ram Mandir Trust: ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟରେ ବଡ଼ ପରିବର୍ତ୍ତନ,ଘୋଷଣା ହେଲା ୩ ନୂଆ ଟ୍ରଷ୍ଟି

ଉତ୍ତରପ୍ରଦେଶ: ଅଯୋଧ୍ୟାର ରାମ ମନ୍ଦିର ସହ ଜଡ଼ିତ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରେ ୩ ଜଣ ନୂଆ ଟ୍ରଷ୍ଟିଙ୍କୁ ସାମିଲ କରାଯାଇଛି। ଦିଲ୍ଲୀର ମହେଶ ଭଗଚନ୍ଦକା, ଅଯୋଧ୍ୟାର ମଦନ ମୋହନ ପାଣ୍ଡେ ଏବଂ ଶିକୋହାବାଦର ଉର୍ମିଳା (ନିର୍ମଳା) ଯାଦବଙ୍କୁ ନୂଆ ଟ୍ରଷ୍ଟି ଭାବେ ଦାୟିତ୍ୱ ଦିଆଯାଇଛି। ଟ୍ରଷ୍ଟର ପରିଚାଳନା ଓ ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ଏହି ନିଯୁକ୍ତି ହୋଇଥିବା କୁହାଯାଉଛି।

ଅଯୋଧ୍ୟାରେ ଟ୍ରଷ୍ଟ ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ବାସଭବନ ‘ମଣିରାମ ଦାସ ଛାଉଣି’ରେ ଅନୁଷ୍ଠିତ ବୈଠକରେ ନୂଆ ଟ୍ରଷ୍ଟିଙ୍କ ନିଯୁକ୍ତି ନେଇ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ବିଶ୍ୱ ହିନ୍ଦୁ ପରିଷଦ (VHP)ର ଜାତୀୟ ମହାମନ୍ତ୍ରୀ ବି.ଏଲ୍. ବାଂଗଡ଼ାଙ୍କ ସମେତ ଟ୍ରଷ୍ଟର ବରିଷ୍ଠ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ନୂଆ ଟ୍ରଷ୍ଟି ମହେଶ ଭଗଚନ୍ଦକା ଦିବଂଗତ VHP ନେତା ଅଶୋକ ସିଂହଲଙ୍କ ନିକଟ ସମ୍ପର୍କୀୟ ବୋଲି ଜଣାପଡ଼ିଛି।

ଏହା ସହିତ ରାମ ମନ୍ଦିରର ଦୈନନ୍ଦିନ ପରିଚାଳନା ଓ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁସଂଗଠିତ କରିବା ପାଇଁ ଖୁବଶୀଘ୍ର ଜଣେ ମୁଖ୍ୟ ନିର୍ବାହୀ ଅଧିକାରୀ (CEO) ନିଯୁକ୍ତ କରାଯିବାର ସୂଚନା ମିଳିଛି। ମନ୍ଦିରର ପ୍ରଶାସନ, ଦୈନନ୍ଦିନ କାର୍ଯ୍ୟ ଓ ସୁରକ୍ଷା ବ୍ୟବସ୍ଥାର ତଦାରଖରେ CEOଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଏହି ପଦକ୍ଷେପ ଦ୍ୱାରା ଟ୍ରଷ୍ଟର କାର୍ଯ୍ୟ ପରିଚାଳନା ଆହୁରି ସୁଚାରୁ ହେବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ