Indian Air Force: ଟୁ-ଷ୍ଟାର ରାଙ୍କ ପାଇଥିବା ପ୍ରଥମ Non-Medical ମହିଳା ଅଧିକାରୀ ହେଲେ ଶକ୍ତି ଶର୍ମା
ନୂଆଦିଲ୍ଲୀ: ଭାରତୀୟ ରକ୍ଷାବାହିନୀରେ ନୂଆ ଇତିହାସ ରଚିଛନ୍ତି ଏୟାର ଭାଇସ୍ ମାର୍ଶାଲ ଶକ୍ତି ଶର୍ମା। ସେ ଭାରତୀୟ ରକ୍ଷାବାହିନୀରେ ଟୁ-ଷ୍ଟାର ରାଙ୍କ ପାଇଥିବା ପ୍ରଥମ Non-Medical ମହିଳା ଅଧିକାରୀ ହୋଇଛନ୍ତି। ସେପ୍ଟେମ୍ବର ୧ରୁ ସେ ଏୟାର ହେଡ୍କ୍ୱାର୍ଟରରେ Assistant Chief of Air Staff (Education) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ଶକ୍ତି ଶର୍ମା ୧୮ ଜୁନ୍ ୧୯୯୪ରେ ଭାରତୀୟ ବାୟୁସେନାର Education Branchରେ ଯୋଗ ଦେଇଥିଲେ। ୩୨ ବର୍ଷରୁ ଅଧିକ ସମୟର କ୍ୟାରିୟରରେ ସେ Field Station, Command Headquarters, Training Centre ଓ Air Headquartersରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି। ଏଥିସହ ବିଭିନ୍ନ ପ୍ରତିଷ୍ଠାନିକ କାର୍ଯ୍ୟକ୍ରମର ମଧ୍ୟ ନେତୃତ୍ୱ ନେଇଛନ୍ତି।
ଶିକ୍ଷା କ୍ଷେତ୍ର ସହ ରଣନୈତିକ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବାରେ ମଧ୍ୟ ଶକ୍ତି ଶର୍ମାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ସେ IIT କାନପୁର ଏବଂ ପୁଣେ ବିଶ୍ୱବିଦ୍ୟାଳୟରେ ଭାରତୀୟ ବାୟୁସେନାର ‘Chair of Excellence’ ପ୍ରତିଷ୍ଠା କରିବାରେ ଅବଦାନ ଦେଇଛନ୍ତି। ତାଙ୍କର ଏହି ନିଯୁକ୍ତି ଭାରତୀୟ ସଶସ୍ତ୍ର ବାହିନୀରେ ମହିଳା ଅଧିକାରୀଙ୍କ ବଢ଼ୁଥିବା ଭୂମିକାର ଏକ ଗୁରୁତ୍ୱପୂର୍ଣ୍ଣ ଉଦାହରଣ।

