Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

India-Belgium: ଭାରତର ପ୍ରଯୁକ୍ତି ଓ ସାମର୍ଥ୍ୟର ପ୍ରଶଂସା କଲେ ବେଲଜିୟମ ପ୍ରତିରକ୍ଷା ମନ୍ତ୍ରୀ, ରାଜନାଥଙ୍କୁ କହିଲେ- ‘ଆପଣଙ୍କଠାରୁ ବହୁତ କିଛି ଶିଖିପାରିବୁ’

ନୂଆଦିଲ୍ଲୀ: ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭରଙ୍କ ତିନିଦିନିଆ ଭାରତ ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଥିଓ ଫ୍ରାଙ୍କେନ ମଧ୍ୟ ଭାରତ ଆସିଛନ୍ତି। ଦିଲ୍ଲୀରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଥିଓ ଫ୍ରାଙ୍କେନଙ୍କ ମଧ୍ୟରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ହୋଇଥିଲା। ଏହି ସମୟରେ ଫ୍ରାଙ୍କେନ ଭାରତର ପ୍ରଯୁକ୍ତି ଓ ସାମର୍ଥ୍ୟର ପ୍ରଶଂସା କରିବା ସହ କହିଥିଲେ, ‘ଆମେ ଆପଣଙ୍କଠାରୁ ବହୁତ କିଛି ଶିଖିପାରିବୁ।’

ଫ୍ରାଙ୍କେନ ଭାରତକୁ ଏକ ଉଚ୍ଚ ପ୍ରଯୁକ୍ତିସମ୍ପନ୍ନ ଦେଶ ଭାବେ ପ୍ରଶଂସା କରିବା ସହ ଦୁଇ ଦେଶ ମଧ୍ୟରେ ଅଧିକ ସହଯୋଗର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ଅନ୍ୟପଟେ ରାଜନାଥ ସିଂହ କହିଥିଲେ ଯେ ବର୍ତ୍ତମାନ ବିଶ୍ୱ ଗୁରୁତ୍ୱପୂର୍ଣ୍ଣ ଭୂରାଜନୈତିକ ଓ ଆର୍ଥିକ ଅସ୍ଥିରତା ଦେଇ ଗତି କରୁଛି। ଏଭଳି ସମୟରେ ବେଲଜିୟମ ଭଳି ବନ୍ଧୁ ଓ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଦେଶ ସହ ସିଧାସଳଖ ଆଲୋଚନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ରାଜନାଥ କହିଥିଲେ ଯେ ଭାରତ ଓ ବେଲଜିୟମ ମଧ୍ୟରେ ଦୀର୍ଘଦିନର ସୁସମ୍ପର୍କ ରହିଛି। ବିଶେଷକରି ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ବଢ଼ାଇବାର ବ୍ୟାପକ ସମ୍ଭାବନା ରହିଥିବା ସେ କହିଥିଲେ। ଏହାସହ ଭାରତୀୟ ଓ ବେଲଜିୟମ ପ୍ରତିରକ୍ଷା କମ୍ପାନିଗୁଡ଼ିକ ମଧ୍ୟରେ ଅଧିକ ସହଯୋଗକୁ ମଧ୍ୟ ସେ ସ୍ୱାଗତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ