Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମାତପାଳି ମୁଖ୍ୟ ରାସ୍ତା ପାଣି କାଦୁଅ ରେ ଭର୍ତି ହୋଇ ଥିବାରୁ ଯିବା ଆସିବା ବାଧା ପ୍ରାପ୍ତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆପାଲି ପଞ୍ଚାୟତ ଅନ୍ତର୍ଗତ ଅମାତପାଳି ଗାଁ ମୁଣ୍ଡରେ ବହୁ ଦିନରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ତିଆରି ହୋଇଥିବା ବେଳେ ଏବେ ତାହା ମାଟିରେ ପୋତି ହୋଇଗଲାଣି l ଗାଁ ଭିତରକୁ ଯିବା ବାଟରେ ସାମାନ୍ୟ ବର୍ଷା ହେଲେ ରାସ୍ତାରୁ ବର୍ଷା ପାଣି ନିଷ୍କାସନ ହୋଇପାରୁ ନାହିଁ। ଫଳରେ ଗାଁ ମଝିରେ ପ୍ରାୟ ଖାଲ ମାନଙ୍କ ରେ ପାଣି ଜମି ରାସ୍ତାରେ ଖାଲ ଖମା ହେବା ଫଳରେ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ଗାଁ ଦାଣ୍ଡରେ ଜମି ରହିଛି। ଏବେ ରାସ୍ତାରେ ଯିବା ପାଇଁ ଲୋକମାନେ ଯିବା ଆସିବା କଷ୍ଟକର ହୋଇପଡିଛି l ଅନ୍ୟ ପଟେ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନେଜ ର ବ୍ୟବସ୍ଥା ନ ଥିବାରୁ ରାସ୍ତା କାମ କଲା ବେଳେ ଡ୍ରେନ ଗୁଡିକ ପୋତି ହୋଇଯିବା ଫଳରେ ଏହି ସମସ୍ୟା ହେଉଥିବା ଗ୍ରାମବାସୀ କହିଛନ୍ତି । ଗାଁର ଲୋକମାନେ ନିତ୍ୟ ବ୍ୟବହାର ପାଇଁ ମୁଖ୍ୟ ରାସ୍ତା ଦେଇ ବଜାର ବ୍ୟାଙ୍କ ସହ ଛାତ୍ର ଛାତ୍ରୀ ମାନେ ଅଙ୍ଗନୱାଡି, ୟୁପି ସ୍କୁଲ ଓ ହାଇସ୍କୁଲ କୁ ଗାଁ ଭିତରୁ ବାହାରି ସେହି କାଦୁଅ ଭିତର ଦେଇ ମଧ୍ୟ ଏହି ରାସ୍ତା ଦେଇ ପ୍ରତିଦିନସ୍କୁଲ କୁ ପାଠ ପଢି ଯାଆନ୍ତି । ତେଣୁ ସାଧାରଣ ଲୋକେ ଯାତାୟତ ରେ ବହୁ ହଇରାଣ ହେବାକୁ ପଡୁଛି । ଉକ୍ତ ରାସ୍ତା ଦେଇ ଖଇରମାଲ, ବରଘାଟ, ଦାଦରପାଲି, ବାଘରତୈଲl, ବ୍ରlହ୍ମଣିପାଳି ଆଦି ଗାଁର ଲୋକମାନେ ନିତ୍ୟ ବ୍ୟବହାର ପାଇଁ ବଜାର ବ୍ୟାଙ୍କ କେଂଝରିଆପାଲି ପଞ୍ଚାୟତ କୁ ଚାଉଳ ନେଇ ଯିବା ସହ ଆର ଆଇ ,ଅଫିସ ସମବାୟ ସମିତି , ହାଇସ୍କୁଲ, ଓ ଭୁତିଆପାଲି କଲେଜ କୁ ଛାତ୍ର ଛାତ୍ରୀ ମାନେମଧ୍ୟ ଏହି ରାସ୍ତା ଦେଇ ସ୍କୁଲ କୁ ପାଠ ପଢି ଆସନ୍ତି l ଏହି ରାସ୍ତା ବିରାମହରାଜପୁର ବ୍ଲକ କୁ ସଂଯୋଗ କରୁଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ,ଏହି ରାସ୍ତାକୁ ପକ୍କା କରିବା ପାଇଁ ପୂର୍ବରୁ ସରକାର ଓ ଜନପ୍ରତିନିଧଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇ ନ ଥିଲା । ନୂତନ ସରକାର ଗଠନ ପରେ ରାସ୍ତା ସମସ୍ୟାର ସମାଧାନ ହେବ ବୋଲି ଲୋକଙ୍କ ମନରେ ଆଶା ସୃଷ୍ଟି ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ ଏହି ରାସ୍ତା ପ୍ରତି ଆବଶ୍ୟକ ଧ୍ୟାନ ଦିଆଯାଇ ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅମାତ ପାଳି ରାସ୍ତାକୁ ପକ୍କା ସଡ଼କରେ ପରିଣତ କରାଗଲେ ଅଞ୍ଚଳ ମଧ୍ୟରେ ଯୋଗାଯୋଗ ଅଧ‌ିକ ସୁଗମ ହେବା ସହ ଅଞ୍ଚଳର ସାମଗ୍ରିକ ବିକାଶରେ ସହାୟକ ହେବ। ତେଣୁ ପ୍ରଶାସନ ଓ ଜନପ୍ରତିନିଧୁମାନେ ଏହି ଗୁରୁତର ସମସ୍ୟାକୁ ପ୍ରାଥମିକତା ଦେଇ ପ୍ରଥମେ ରାସ୍ତାର ଜରୁରୀ ମରାମତି କରିବା ସହ ଖୁବ୍‌ଶୀଘ୍ର ଏହାକୁ ପକ୍କା ସଡ଼କରେ ପରିଣତ କରିବାକୁ ଗ୍ରାମବାସି ଓ ଜନସାଧାରଣ ଙ୍କ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ