Tamil Nadu Sports: ଚେନ୍ନାଇରେ ହେବ World-Class Olympic City, Formula 1 ଆଣିବାକୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ବଡ଼ ଯୋଜନା
ତାମିଲନାଡୁ: ତାମିଲନାଡୁରେ କ୍ରୀଡ଼ା ଭିତ୍ତିଭୂମିକୁ ନୂଆ ଦିଗ ଦେବାକୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ। ଚେନ୍ନାଇରେ ଏକ ବିଶ୍ୱସ୍ତରୀୟ ‘ତାମିଲନାଡୁ ଅଲିମ୍ପିକ୍ ସିଟି’ ପ୍ରତିଷ୍ଠା କରାଯିବ ବୋଲି ସେ ବିଧାନସଭାରେ ଘୋଷଣା କରିଛନ୍ତି। ଏହାସହ ରାଜ୍ୟରେ ଏକ ସ୍ୱତନ୍ତ୍ର Motorsports City ଗଠନ ଏବଂ ଚେନ୍ନାଇକୁ Formula 1 ରେସ୍ ଆଣିବା ନେଇ ମଧ୍ୟ ସରକାରଙ୍କ ଯୋଜନା ରହିଛି।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ପ୍ରସ୍ତାବିତ Olympic Cityରେ ବିଭିନ୍ନ କ୍ରୀଡ଼ା ପାଇଁ ବିଶ୍ୱସ୍ତରୀୟ ସୁବିଧା ଓ ପ୍ରଶିକ୍ଷଣ ବ୍ୟବସ୍ଥା ବିକଶିତ କରାଯିବ। ଏହା ମାଧ୍ୟମରେ ରାଜ୍ୟରେ କ୍ରୀଡ଼ା ପ୍ରତିଭାଙ୍କୁ ଅଧିକ ସୁଯୋଗ ମିଳିବା ସହ ଆନ୍ତର୍ଜାତୀୟସ୍ତରର କ୍ରୀଡ଼ା ଆୟୋଜନ ପାଇଁ ଭିତ୍ତିଭୂମି ମଜବୁତ କରିବା ଲକ୍ଷ୍ୟ ରହିଛି।
ଅନ୍ୟପଟେ Motorsports City ଗଠନ ସହ ଚେନ୍ନାଇକୁ Formula 1 ଭଳି ବିଶ୍ୱସ୍ତରୀୟ ମୋଟର୍ସ୍ପୋର୍ଟ୍ସ ଆୟୋଜନର କେନ୍ଦ୍ର କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏହି ଘୋଷଣା ମାଧ୍ୟମରେ ତାମିଲନାଡୁ ସରକାର କ୍ରୀଡ଼ା, ମୋଟର୍ସ୍ପୋର୍ଟ୍ସ ଓ ଆନ୍ତର୍ଜାତୀୟ ଆୟୋଜନ କ୍ଷେତ୍ରରେ ରାଜ୍ୟକୁ ଆହୁରି ଆଗକୁ ନେବାକୁ ଯୋଜନା କରୁଥିବା ସ୍ପଷ୍ଟ ହୋଇଛି।

