Abhinandan Varthaman: ବାୟୁସେନାରୁ Premature Retirement ନେଲେ ଅଭିନନ୍ଦନ, ଏବେ Commercial Pilot ଭାବେ ଆରମ୍ଭ କରିବେ ନୂଆ ଯାତ୍ରା
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ସାହସୀ ଫାଇଟର ପାଇଲଟ୍ ଅଭିନନ୍ଦନ ବର୍ତ୍ତମାନ ବାୟୁସେନାରୁ Premature Retirement ନେଇଛନ୍ତି। ଏବେ ସେ ବେସରକାରୀ ବିମାନ କମ୍ପାନୀରେ Commercial Pilot ଭାବେ ନିଜର ନୂଆ Aviation Career ଆରମ୍ଭ କରିବେ। ୨୦୧୯ରେ ପାକିସ୍ତାନ ବିରୋଧରେ ଏୟାର୍ ଡଗ୍ଫାଇଟ୍ ପରେ ତାଙ୍କୁ ପାକିସ୍ତାନ ସେନା ବନ୍ଦୀ କରିଥିବା ଘଟଣା ଯୋଗୁଁ ସେ ଦେଶବ୍ୟାପୀ ଚର୍ଚ୍ଚିତ ହୋଇଥିଲେ।
୨୦୧୯ ଫେବ୍ରୁଆରୀରେ ଅଭିନନ୍ଦନ ଏକ ଏୟାର୍ ଡଗ୍ଫାଇଟ୍ ସମୟରେ ପାକିସ୍ତାନ ବାୟୁସେନାର ଏକ ଯୁଦ୍ଧବିମାନକୁ ମୁକାବିଲା କରୁଥିବା ବେଳେ ତାଙ୍କ ବିମାନ ଗୁଳିମାଡ଼ରେ ଖସିପଡ଼ିଥିଲା। ଏହାପରେ ସେ ପାକିସ୍ତାନରେ ପ୍ରାୟ ୩ ଦିନ ବନ୍ଦୀ ରହିଥିଲେ। ତାଙ୍କ ସାହସ ଓ ଦୃଢ଼ତା ସେତେବେଳେ ଭାରତରେ ବେଶ୍ ପ୍ରଶଂସିତ ହୋଇଥିଲା।
ବାୟୁସେନାରେ ଦୀର୍ଘ ସମୟ ସେବା କରିବା ପରେ ଏବେ ଅଭିନନ୍ଦନ ନିଜ କ୍ୟାରିୟରର ନୂଆ ଦିଗକୁ ଆଗେଇ ନେବାକୁ ଯାଉଛନ୍ତି। ବେସରକାରୀ ବିମାନ କମ୍ପାନୀରେ ବାଣିଜ୍ୟିକ ପାଇଲଟ୍ ଭାବେ ସେ ଯୋଗଦେବେ। ଫାଇଟର ପାଇଲଟ୍ରୁ Commercial Aviationକୁ ତାଙ୍କର ଏହି ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

