Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁଣହାଁ ସମାଜ ରାଜ୍ୟ କମିଟିକୁ ନେଇ ଜିଲ୍ଲାପାଳଙ୍କ ଠାରେ ଫେରାଦ୍

ସମ୍ବଲପୁର: ସମ୍ବଲପୁର ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳରେ କୁଣହାଁ ସମାଜ (କିସାନ, ମିର୍ଦ୍ଧI , କୁଡ଼ା ଓ ମାଟିଆ) ଆଦିବାସୀ ମାନେ ବହୁଳ ଭାବରେ ବସବାସ କରନ୍ତି I ତେବେ ଗତ ୨୦୦୧ ମସିହାରୁ ‘ରାଜ୍ୟସ୍ତରୀୟ କୁଣହାଁ ସମାଜ’ ଗଠନ କରି ରାଉରକେଲା ବାସିନ୍ଦା ମୋହନଲାଲ କିସାନ ନିଜକୁ ଓଡ଼ିଶା ରାଜ୍ୟ ସଭାପତି ଘୋଷିତ କରି ଏକ ଛତ୍ରବାଦ ଚଲାଇ ଆସୁଥିବା ଜ଼ିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଠାରେ ସୋମବାର ଅଭିଯୋଗ ହୋଇଛି I ଏକ ପ୍ରତିନିଧି ମଣ୍ଡଳୀ ଏହି ଘଟଣାର ସମାଧାନ ଦାବି କରିଛନ୍ତି I ଏକ ନିୟମାବଳୀ ପୁସ୍ତକ ପ୍ରକାଶ କରି ନିୟମାବଳୀରେ ଲିପିବଦ୍ଧ ଥ‌ିବା ପ୍ରତ୍ୟେକ ନିୟମକୁ କୁଣହାଁ ସମାଜରେ କଡ଼ାକଡ଼ି ଭାବେ ପାଳନ କରିବାକୁ ଲୋକଙ୍କ ଭୟଭୀତ କରି ପ୍ରୟୋଗ କରୁଥିବା ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି I ଏପରିକି ନିୟମ ନମାନିଲେ ସେମାନଙ୍କ ପରିବାରର ବାହାଘର ମଧ୍ୟ ଉକ୍ତ କମିଟି ଚାପ ପକାଇ ବନ୍ଦ କରୁଥ‌ିବା କୁହାଯାଉଛି I ସମ୍ବଲପୁର କୁଣହାଁ ସମାଜର ପ୍ରତିନିଧୂ ଦଳ ଜ଼ିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କୁ ଦାବି ପତ୍ର ପ୍ରଦାନ କରିଥିବାବେଳେ ଉଭୟ ପକ୍ଷଙ୍କୁ ଡାକି ସମାଧାନର ସୂତ୍ର ବାହାର କରିବାକୁ ପ୍ରତିଶ୍ରୁତି ଦେଇଥ‌ିବା ଜଣାପଡ଼ିଛି I ଏହି ଦାବି ପତ୍ର ପ୍ରଦାନ ସମୟରେ ଶୋଭାରାମ ପ୍ରଧାନ, ମହେନ୍ଦ୍ର ବାଘ, ପ୍ରଫୁଲ୍ଲ ମିର୍ଦ୍ଧା, ମଦଫୁଲ ମାଝୀ, ପରଦେଶୀ କିସାନ, ଵିଜୁ କିସାନ, ଅର୍ଜୁନ କିସାନ ପ୍ରମୁଖ ଉପସ୍ଥିତ ଥିଲେ I