Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଲେପଡ଼ାରେ ଦୁଃଖଦ ଘଟଣା: କୂଅରୁ ଭିନ୍ନକ୍ଷମ ନାବାଳକଙ୍କ ମୃତଦେହ ଉଦ୍ଧାର ।

ବଲାଙ୍ଗୀର,୩।୯: ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଚଣାବାହାଲ ପଞ୍ଚାୟତର ସାଲେପଡ଼ା ଗ୍ରାମରୁ ବୁଧବାର ଅପରାହ୍ନରୁ ନିଖୋଜ ଥିବା ଜଣେ ୧୧ ବର୍ଷୀୟ ଭିନ୍ନକ୍ଷମ ନାବାଳକଙ୍କ ମୃତଦେହ ଗୁରୁବାର ସକାଳେ ଘର ନିକଟସ୍ଥ ଏକ କୂଅରୁ ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସାଲେପଡ଼ା ଗ୍ରାମର ପ୍ରବୀଣ କୁମାର ହାତୀଙ୍କ ୧୧ ବର୍ଷୀୟ ପୁଅ ଅଜନ୍ ହାତୀ ଜନ୍ମରୁ ମାନସିକ ଭିନ୍ନକ୍ଷମ ହୋଇଥିବା ସହ ଶ୍ରବଣ, ବାକ୍ ଓ କମ୍ ଦୃଷ୍ଟିଶକ୍ତିର ଥିଲେ। ବୁଧବାର ଅପରାହ୍ନରେ ସେ ଗାଁରେ ବୁଲାବୁଲି କରୁଥିବା ସମୟରେ ଅଚାନକ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନଥିଲା।
ଗୁରୁବାର ସକାଳେ ଗ୍ରାମର ଏକ କୂଅରେ ଅଜେନ୍‌ଙ୍କ ମୃତଦେହ ଭାସୁଥିବା ଦେଖି ପରିବାର ଲୋକେ ଓ ଗ୍ରାମବାସୀ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ସୂଚନା ପାଇ ମୁରିବାହାଲ ଥାନା ସବ୍-ଇନ୍ସପେକ୍ଟର ପଙ୍କଜିନୀ ବାଗ ଏବଂ ଅଗ୍ନିଶମ ବିଭାଗ ଓଆଇସି ଶ୍ରୀକାନ୍ତ ସେଠଙ୍କ ନେତୃତ୍ୱରେ ମିଳିତ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୂଅରୁ ମୃତଦେହ ଉଦ୍ଧାର କରିଥିଲେ।
ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜି ପଠାଇଥିଲା। ବ୍ୟବଚ୍ଛେଦ ପରେ ଶବକୁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏ ନେଇ ମୁରିବାହାଲ ଥାନାରେ ଏକ ଅପମୃତ୍ୟୁ ମାମଲା (କେସ୍ ନଂ- ୧୦/୨୬) ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ସବ୍-ଇନ୍ସପେକ୍ଟର ପଙ୍କଜିନୀ ବାଗ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories