Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଡ଼ନୀ ରୋଗରେ ଆକ୍ରାନ୍ତ କଦଳୀ ପାଲି ଗ୍ରାମ ଚାଷୀ କୃପାସିନ୍ଧୁ ଭୋଇ ଙ୍କ ମୃତ୍ୟୁ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଞ୍ଚଳରେ ପୁଣି ଜଣେ ବ୍ୟକ୍ତି ଙ୍କ କିଡନୀ ରୋଗରେ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ , କଦଳୀପାଲି ଗ୍ରାମର ଚାଷୀ କୃପାସିନ୍ଧୁ ସାହୁ(୬୩)। ସେ ପ୍ରାୟ ୧୦ ବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଥିଲେ । ଗୁରୁବାର ସକାଳୁ ହଠାତ୍ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ଡାକ୍ତରଖାନ ନେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲl । ସେ ଜଣେ ମେଳାପୀ ବ୍ୟକ୍ତି ଥିଲେ। ସେ ନିଜ ଚାଷ ଜମିରେ ଧାନ ଚାଷ କରୁଥିଲେ। କୃପାସିନ୍ଧୁ କିଡନୀ ରୋଗରେ ଆକ୍ରାନ୍ତ ହେଲା ପରେ ସେ ସମ୍ବଲପୁର , ବୁର୍ଲ୍ଲl , କଟକ , ଭୁବନେଶ୍ବର ଆଦି ସ୍ଥାନରେ ସରକାରୀ ଓ ଘରୋଇ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିଲେ। ମୃତ କୃପାସିନ୍ଧୁ ଙ୍କ ସ୍ତ୍ରୀ ମଞ୍ଜରୀ ଙ୍କ ସମେତ ଏକମାତ୍ର ପୁତ୍ର ଦୁର୍ବାଦଳ, ତିନି ଝିଅ ସତ୍ୟବତୀ, ଶଭାଞ୍ଜଳି ,ସ୍ନେହଲତା ଅଛନ୍ତି। ଗ୍ରାମର ଶ୍ମଶାନରେ ଗୁରୁବାର ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ଏକମାତ୍ର ପୁତ୍ର ଦୁର୍ବାଦଳ ମୁଖାଗ୍ନୀ ଦେଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ