Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠା ଏବଂ ଗୋବରା ଗୋଷ୍ଟି ସ୍ବାସ୍ତ୍ୟ କେନ୍ଦ୍ରରେ ବିଶ୍ଵ ପରିବେଶ ଦିବସ ପାଳିତ

ବେଲଗୁଣ୍ଠା: ବେଲଗୁଣ୍ଠା ଏବଂ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି I ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ାକ୍ତର ସଂଗ୍ରାମ କେଶରୀ,ଆୟୂଷ ଡାକ୍ତର ସରୋଜ ପ୍ରଧାନ, ବିପିଏମ୍ ଦୂର୍ଗା ପ୍ରସାଦ ପଟ୍ଟନାୟକ,ବିଏଏମ୍ ଦିଲ୍ଲୀପ୍ କୁମାର ସାହୁ,ବିଡିଏମ୍ ପବିତ୍ର ପାଣିଗ୍ରାହୀଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟ ପରିଦର୍ଶକ,ସମସ୍ତ ସିଏଚ୍ଓ,ସମସ୍ତ ଆଶା ଏବଂ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ବଦଳୁଥିବା ପରିବେଶ ଏବଂ ଜଳବାୟୁକୁ ନେଇ ଚିନ୍ତା ପ୍ରକଟ କରାଯାଇଥିବା ବେଳେ ପ୍ଲାଷ୍ଟିକ୍ ର ବ୍ୟବହାର ଜମାଇବା ଦିଗରେ ଆଲୋଚନା କରାଯାଇଥିଲା I ଏହି ଅବସରରେ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବୃକ୍ଷରୋପଣ କରାଯାଇଥିଲା I ସମସ୍ତ କାର୍ଯ୍ୟକ୍ରମକୁ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରାମହରି ପଣ୍ଡା ସଂଯୋଜନା କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ