ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ସ୍ଵାଧୀନତା ସଂଗ୍ରାମୀ ସ୍ମୃତି ସଂସଦ ଗଠନର ପ୍ରସ୍ତୁତି ବୈଠକ
ବୀରମହାରାଜପୁରରେ : ବରିଷ୍ଠ ନାଗରିକ ସଂଗଠନ ବୀରମହାରାଜପୁର କାର୍ଯ୍ୟାଳୟ ଠାରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଶ୍ରୁତି ଚାରଣ କରା ଯାଇଥିଲା । ରବିବାର ଜିଲ୍ଲା ସାମ୍ବାଦିକ ସଂଘ ର ସଭାପତି ଗୋରେଖ ନାଥ ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ସଭାରେ ସ୍ଵୟଂଭୂ ନାଥ ଖଣ୍ଡଗିରୀ, ବ୍ରଜମୋହନ ଦାନୀ, ଡ: ପ୍ରଫୁଲ୍ଲ ରଥ, ପ୍ରଶାନ୍ତ କୁମାର ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ। ସୋନପୁର ଗଡଜାତ ରାଜ୍ୟର ନବରତ୍ନ କୁହାଯାଉଥିବା ଵ୍ୟକ୍ତି ମାନଙ୍କ ଇଂରେଜ ଶାସନ କାଳରେ ରାଜତନ୍ତ୍ର ଦରବାର ଶାସନ ର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସ୍ୱରଉତ୍ତୋଳନ କରି କାରାବରଣ ତଥା ଅକଥନୀୟ ନିର୍ଯାତନା ସହିଥିବା ସଂଗ୍ରାମୀ ମାନଙ୍କ ବୈପ୍ଲାତ୍ମିକ କାର୍ଯ୍ୟକଳାପର ସୃତି ଚାରଣ କରାଯାଇ ସେମାନଙ୍କୁ ଲୋକଲୋଚନ କୁ ଆଣିବା ସକାଶେ ଏକ ସଂସଦ ଗଠନ କରାଯାଇଥିଲା। ଆର୍ତ୍ତତ୍ରାଣ ବାବୁ, ଅଶୋକ କୁମାର ସାହୁ, ଅନିରୁଦ୍ଧ କୁର୍କୁରିଆ, ପଙ୍କଜ ଖମାରୀ , ମୀନା ମହାରଣା , ଦୟାନିଧି ହୋତl , ଯୁଗଳକିଶୋର ମିଶ୍ର ପ୍ରମୁଖ ନିଜ ନିଜ ବକ୍ତବ୍ଯ ରଖିଥିଲେ। ଶେଷରେ ଦ୍ୱିତୀକୃଷ୍ଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

