ବୀରମହାରାଜପୁର ବ୍ଲକ ସ୍ତରୀୟ ଓ ବି ସି ଏକତା ମଞ୍ଚର ପ୍ରସ୍ତୁତି ବୈଠକ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କଲ୍ୟାଣମଣ୍ଡପ ଠାରେ ରବିବାର ଓବିସି ଏକତା ମଞ୍ଚ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ପ୍ରସ୍ତୁତି ବୈଠକ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭାପତି ଶଙ୍କର ପାତ୍ର ଓ ସମ୍ମାନିତ ଅତିଥିଭାବେ ସମ୍ବଲପୁର କୁଲତା ମଞ୍ଚର ସଭାପତି କୃପା ସିନ୍ଧୁ ଖମାରି. ଭବାନୀ ପଧାନ ଓ ବସନ୍ତ ମହାକୁଡ଼.କର୍ଣ୍ଣରାଜ ପଧାନ ଭୂଷଣ ପାତ୍ର ମୀନକେତନ ମହାକୁଡ଼ ଅଖୁଜ ପଧାନ ପ୍ରମୁଖ ମଂଚାସୀନ ଥିଲେ l ସମସ୍ତ ଅତିଥି ଓବିସି ମାନଙ୍କ ମଣ୍ଡଳ କମିଶନ ଙ୍କ ନିର୍ଦେଶ ମୁତାବକ 27 ପରସେଣ୍ଟ ରିଜା୍ରବେଶନ ହକ ଜାହିର କରିବା ସହିତ ଓବିସି ମାନେ ସାରା ରାଜ୍ୟରେ ମିଳିତ ହୋଇ ନିଜର ହକ ଜାହିର କରିବା ପାଇଁ ଆହ୍ୱାନ ଦେଇଥିବା ଜଣାଯାଇଛି l ଆଗାମୀ ଦିନରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ପଂଚାୟତ ରେ ଓବିସି କମିଟି ଗଠନ କରିବା ସହିତ ଯୋର ଦାର ଆନ୍ଦୋଳନ ହେବ ବୋଲି ଆଲୋଚନା ହୋଇଥିଲା l କାର୍ଯ୍ୟକ୍ରମ କୁ ପ୍ରିୟବ୍ରତ ସାହୁ ପରିଚାଳନା କରି ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବୀରମହାରାଜପୁର ସାମ୍ବାଦିକ ସଂଘ ସଭାପତି ସ୍ୱୟମ୍ଭୁ ନାଥ ଖଣ୍ଡଗିରି , ବିନୋଦ ମହାକୁଡ଼ , ଓକିଲ ସଂଘ ସଭାପତି ଛବିଳ କର୍ଣ୍ଣ , ଜିଲ୍ଲାପରିଷଦ ସଭ୍ୟ ଲବ ସାହୁ , ଶୁଭ୍ରାଂଶୁ କର୍ଣ୍ଣ , ଶତ୍ରୁଘନ ମେହେର , ଶେଷଦେବ ବାରିକ , ପୁର୍ଣଚନ୍ଦ୍ର ମେହେର , ସପନ ପଧାନ . ଭଜମନ ମେଣ୍ଡୁଳି ପ୍ରମୁଖ ସାମିଲ ଥିବା ସହିତ ବୀରମହାରାଜପୁର ବ୍ଲକ ର ସମସ୍ତ ପଂଚାୟତ ରୁ ଓବିସି ବର୍ଗର ଲୋକମାନେ ସାମିଲ ଥିଲେ l ଶେଷରେ ଆଲୋକ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ l

