Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାହାନାଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପାଇଁ ଗୋବରରେ କେଣ୍ଡେଲ ଶୋଭାଯାତ୍ରା

ବେଲଗୁଣ୍ଠା : ଗତ ତିନି ଦିନ ତଳେ ବାଲେଶ୍ବର ଜିଲ୍ଲାର ବାହାନଗା ଅଞ୍ଚଳରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାରେ ପ୍ରାୟ 275 ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସହ ସହ ଲୋକ ଆହତ ହୋଇଛନ୍ତି ।ଏହା ଶତାବ୍ଦୀର ସବୁଠାରୁ ବଡ଼ ଦୁର୍ଘଟଣା । ଏହି ଅବସରରେ ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ଗୋବରା ଠାରେ ଆର୍ ଫିଟନେସ୍ ଜିମ୍ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ଦୁଇଟି ପୃଥକ୍ ନୀରବ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ବସୁଧୈବ କୁଟୁମ୍ବକମ୍ ଶୈଳୀରେ ସମସ୍ତ ମୃତକଙ୍କୁ ନିଜର ଆତ୍ମୀୟ ସ୍ୱଜନ ଭାବି ସମସ୍ତେ ଭାବବିହ୍ୱଳ ହୋଇଥିଲେ । ଏଥିପାଇଁ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଆର୍ ଫିଟ୍ ଜିମ୍ ଠାରୁ ବାହାରି ଗୋବର ମେଇନ୍ ରୋଡ୍,ବଜାର ପରିକ୍ରମା କରି ବୈକୁଣ୍ଠନାଥ ମନ୍ଦିର ନିକଟରେ ସମାପ୍ତ ହୋଇଥିଲା । ସେହିପରି ସେ। ସ୍ୱୟଂ ସହାୟିକା ଗୋଷ୍ଠୀର କ୍ୟାଣ୍ଡେଲ୍ ଶୋଭାଯାତ୍ରା ଗୋବରା ଗ୍ରାମରେ ଅନୁଷ୍ଠିତ ହୋଇଥିଲା ।ଗାଙ୍ଗପୁର ବନପାଳ ଜୀବନାନନ୍ଦ ତ୍ରିପାଠୀ,ଆର୍ ଫିଟ୍ ନେସ୍ ଜିମ୍ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର, ସାହିତ୍ୟ ଘର ସମ୍ପାଦକ ଡଃ ରତ୍ନ ସାଗର ମଲିକ, ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର, ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ସମିତି ସଭ୍ୟ ବିଭୁପାଦ ଜେନା,ଅବସରପ୍ରାପ୍ତ ଅଧକ୍ଷ ସନ୍ତୋଷ କୁମାର ବିଶ୍ୱାଳ,ସରୋଜ କୁମାର ସ୍ୱାଇଁ,ଗଣମାଧ୍ୟମ ପ୍ରତିନିଧି ଜଗନ୍ନାଥ ନାୟକ ଓ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ରାଜେଶ କୁମାର ପାତ୍ରଙ୍କ ସହିତ ଜିମ୍ ର ସମସ୍ତ ଯୁବକ ଉପସ୍ଥିତ ଥିଲେ ।