Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Class 10 Syllabus: ଆସନ୍ତା ବର୍ଷରୁ ବଦଳିବ ଦଶମ ପାଠ୍ୟକ୍ରମ, NEP-2020 ଅନୁଯାୟୀ ଆସିବ ନୂଆ ସିଲାବସ୍

ଭୁବନେଶ୍ୱର: ରାଜ୍ୟରେ ଦଶମ ଶ୍ରେଣୀର ପାଠ୍ୟକ୍ରମରେ ଆସିବ ବଡ଼ ପରିବର୍ତ୍ତନ। ଜାତୀୟ ଶିକ୍ଷା ନୀତି NEP-2020 ଅନୁଯାୟୀ ଆସନ୍ତା ଶିକ୍ଷାବର୍ଷରୁ ଦଶମ ଶ୍ରେଣୀର ନୂଆ ପାଠ୍ୟକ୍ରମ ଲାଗୁ କରାଯିବ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗର ସଚିବ ଏନ୍‌. ଥିରୁମାଲା ନାୟକ। ପୂର୍ବରୁ ଏନ୍‌ସିଇଆରଟି ଢାଞ୍ଚା ଅନୁଯାୟୀ ରାଜ୍ୟରେ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ପରିବର୍ତ୍ତନ କରାଯାଇଥିବା ବେଳେ ଏବେ ଦଶମ ଶ୍ରେଣୀର ପାଠ୍ୟକ୍ରମ ମଧ୍ୟ ବଦଳିବ।

ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ଆହୁରି କିଛି ପରିବର୍ତ୍ତନ ଆଣିବାକୁ ସରକାର ଯୋଜନା କରୁଛନ୍ତି। ଭବିଷ୍ୟତରେ ଦଶମରୁ ଦ୍ୱାଦଶ ଶ୍ରେଣୀ ପାଇଁ ଏକକ ବୋର୍ଡ ବ୍ୟବସ୍ଥା ନେଇ ମଧ୍ୟ ପଦକ୍ଷେପ ନିଆଯାଉଛି। ସେହିପରି ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଷୟ ପଢ଼ିବାର ସୁଯୋଗ ପାଇବେ। ମୁକ୍ତ ବିଦ୍ୟାଳୟରେ ମଧ୍ୟ ଯୁକ୍ତ ଦୁଇ ପାଠ୍ୟକ୍ରମ ଆରମ୍ଭ କରିବାକୁ ଯୋଜନା ରହିଛି।

ଅନ୍ୟପକ୍ଷରେ, ୧୮ ବର୍ଷ ବୟସ ପର୍ଯ୍ୟନ୍ତ ମୁକ୍ତ ବିଦ୍ୟାଳୟରେ ମାଗଣା ଶିକ୍ଷା ପ୍ରଦାନ ନେଇ ବ୍ୟବସ୍ଥା କରାଯିବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଅଧିକ ଖର୍ଚ୍ଚ କମାଇବା ଲକ୍ଷ୍ୟରେ ମାଗଣା ଡିଜିଟାଲ ଶିକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ CHSEକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସହ ଡିଜିଟାଲ ଶିକ୍ଷା ବ୍ୟବସ୍ଥା ପାଇଁ ୧୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି। ନୂଆ ପାଠ୍ୟକ୍ରମ ଲାଗୁ ହେବା ପରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଆହୁରି ବ୍ୟାପକ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories