Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Building Safety: ଦିଲ୍ଲୀ ବିଲ୍ଡିଂ ଦୁର୍ଘଟଣା ପରେ ଓଡ଼ିଶାରେ କଡ଼ା ପଦକ୍ଷେପ; ଚିହ୍ନଟ ସହ ଦୁର୍ବଳ କୋଠା ଭାଙ୍ଗିବାକୁ ନିଷ୍ପତ୍ତି

ଭୁବନେଶ୍ୱର: ଦିଲ୍ଲୀରେ କୋଠା ଭୁଶୁଡ଼ିବା ଘଟଣା ପରେ ଓଡ଼ିଶା ସରକାର ମଧ୍ୟ ଦୁର୍ବଳ ଓ ବିପଦପୂର୍ଣ୍ଣ କୋଠାକୁ ନେଇ ତତ୍ପର ହୋଇଛନ୍ତି। ରାଜ୍ୟରେ ଥିବା ଦୁର୍ବଳ ସରକାରୀ ଓ ବେସରକାରୀ କୋଠାଗୁଡ଼ିକୁ ଚିହ୍ନଟ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ବିପଦପୂର୍ଣ୍ଣ କୋଠାଗୁଡ଼ିକର ଯାଞ୍ଚ କରାଯାଇ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଦୁର୍ବଳ କୋଠାଗୁଡ଼ିକ ସମ୍ପର୍କରେ ସମ୍ପୃକ୍ତ ବିଭାଗକୁ ଚିଠି କରାଯିବ। ବିଶେଷକରି ଦୁର୍ବଳ ସ୍କୁଲ୍‌ ଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ଭାଙ୍ଗିବା ନେଇ ପୂର୍ବରୁ ଚିଠି କରାଯାଇସାରିଛି। ଏହାସହ ସହରାଞ୍ଚଳରେ ଥିବା ଦୁର୍ବଳ ଘର ଓ କୋଠାଗୁଡ଼ିକ ଉପରେ ମଧ୍ୟ ନଜର ରଖାଯାଉଛି।

ଅନ୍ୟପକ୍ଷରେ, ପୁରୁଣା ଓ ଦୁର୍ବଳ କୋଠାଗୁଡ଼ିକର ଗଠନାତ୍ମକ ସୁରକ୍ଷା ଯାଞ୍ଚ କରିବା ପରେ ଆଇନ ଅନୁଯାୟୀ ନୋଟିସ୍‌ ଓ ଭଙ୍ଗା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ପୂର୍ବରୁ ମଧ୍ୟ ସ୍ପଷ୍ଟ କରିଛନ୍ତି। ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଦୁର୍ବଳ କୋଠାଗୁଡ଼ିକ ବିରୋଧରେ ଆଗକୁ କଡ଼ା ପଦକ୍ଷେପ ନିଆଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories