Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବସ ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ

ସମ୍ବଲପୁର: ସ୍ଥାନୀୟ ଚିନିମହୁଲ ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟରେ ପାଠ ପଢୁଥିବା ମୁଣ୍ଢେନପାଲି ଓ ଖରସନମାଲ ଗ୍ରାମ ପଞ୍ଚାୟତର କେତେକ ଛାତ୍ରଛାତ୍ରୀ ଆଜି ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଅନନ୍ୟା ଦାଶଙ୍କୁ ଭେଟି ଅଧ୍ଯନ କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ଆଧାର କରି ଆଲୋଚନା କରିବା ସହିତ ଛାତ୍ରାବାସ ହେବା ପର୍ଯ୍ୟନ୍ତ ଏକ ବସ ଦେବାକୁ ଦାବି ଉପସ୍ଥାପନା କରିଛନ୍ତି । ଜିଲ୍ଲାପାଳ ଛାତ୍ର ଛାତ୍ରୀ ମାନଙ୍କ ବାସ୍ତବିକ ସମସ୍ୟାକୁ ଉପଲବ୍ଧି କରି ଏକ ବସର ସୁବିଧା ସାଙ୍ଗକୁ ଛାତ୍ରାବାସ ପାଇଁ ନିଜର ସକରାତ୍ମକ ମନଭାବ ପୋଷଣ କରିଥିବା ନେଇ ଶିକ୍ଷାର୍ଥୀ ମାନେ ମଧ୍ୟ ଉଲ୍ଲସିତ ହୋଇଛନ୍ତି।

ସୂଚନା ଯୋଗ୍ୟଯେ କେବଳ ମୁଣ୍ଢେନପାଲି,କରସନମାଲ ଓ ଆଖ ପାଖ ଅଞ୍ଚଳରୁ ଚିନିମହୁଲ ଆଦର୍ଶ ବିଦ୍ୟାଳୟରେ ୬୦ରୁ ଉର୍ଦ୍ଦ୍ୱ ଛାତ୍ର ଅଧ୍ଯନ କରୁଛନ୍ତି । ପୁଣି ଏଠାରୁ ସିଧାସଲଖ କୌଣସି ଯାତ୍ରିବାହୀ ବସ କିମ୍ବା ଯାନ ନଥିବାରୁ ଓ ସେଠାରେ ଛାତ୍ରାବାସ ପାଇଁ କୌଣସି ସୁବିଧା ନଥିବାରୁ ପିଲାଙ୍କ ଶିକ୍ଷା କ୍ଷେତ୍ରରେ ନାନା ସମସ୍ୟା ଉପୁଜିଥାଏ । ଏହାକୁ ଚଳିତ ଶିକ୍ଷା ବର୍ଷରୁ କିଭଳି ପ୍ରତିହତ କରାଯାଇ ସେମାନଙ୍କ ଲକ୍ଷ ପୂରଣ ହେବ ସେଥିନେଇ ଆଜି ଜିଲ୍ଲାପାଳଙ୍କୁ ଭେଟିଥିବା ଓ ସେଥିରେ ସେମାନେ ଖୁସୀ ଥିବା କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ