Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଙ୍ଗଲ ଅବକ୍ଷୟ ଯୋଗୁଁ ଜଙ୍ଗଲ ଜୀବଜନ୍ତୁ ଜନବସତି ମୁହାଁ

ବୀରମହାରାଜପୁର :
ଆଜିର ଦିନରେ ପରିବେଶ ନଷ୍ଟ ହେବା ସଙ୍ଗେ ଜୈବ ବିବିଧତାର ଅସନ୍ତୁଲନ ହୋଇ ଯାଉଛି l ଯାହାକି ଜଙ୍ଗଲ ଓ ଜଳବାୟୁର ବିରାଟ ବ୍ୟତିକ୍ରମ ଦେଖିବାକୁ ମିଳୁଛି l ଭିନ୍ନ ଭିନ୍ନ ସ୍ଥାନରେ ସହରାଞ୍ଚଳ ଉନ୍ନୟନ ନାଁ ରେ ଜଙ୍ଗଲକୁ କାଟି ପ୍ରାକୃତିକ ପରିବେଶକୁ ନଷ୍ଟ କରି ବଡ଼ ବଡ଼ କୋଠା ବିଲଡିଂ, କଂକ୍ରିଟ ରାସ୍ତା, ଶିଳ୍ପାୟନ, ସରକାରୀ କାର୍ଯ୍ୟାଳୟ ଭଳି ବିଭିନ୍ନ ଉନ୍ନୟନ କାର୍ଯ୍ୟ ଗଢି ଉଠୁଥିବା ଯୋଗୁଁ ପ୍ରାକୃତିକ ବାସସ୍ଥଳୀରେ ବସବାସ କରୁଥିବା ବନ୍ୟପ୍ରାଣୀ ମାନେ ଇତସ୍ତତଃ ହୋଇଯାଉଛନ୍ତି, ଯାହାଫଳରେ ବିଶେଷକରି ଜଙ୍ଗଲ ବୃହତ ଜୀବ ହାତୀ ବଂଶ ଉପରେ ବେଶୀ ବ୍ୟାଘାତ ପଡୁଛି l ହାତୀ ମାନେ ତାଙ୍କର ଖାଦ୍ୟ ଜଙ୍ଗଲ ମଧ୍ୟରେ ପାଉନାହାନ୍ତି ଧୀରେ ଧୀରେ ସେମାନେ ସମ୍ପୂର୍ଣ୍ଣ ହାତୀପଲ ଗାଁ ମୁହାଁ, ସହରମୁହାଁ ହେଉଛନ୍ତି l ଚାଷୀ ମାନଙ୍କର ଫସଲ ଖାଇ ନଷ୍ଟ କରିଦେଉଛନ୍ତି l ଗାଁ , ବସ୍ତି ମଧ୍ୟକୁ ପ୍ରବେଶ କରି ଧନ ଜୀବନ ନଷ୍ଟ କରିଦେଉଛନ୍ତି ଯାହାକି ହାତୀ – ମଣିଷ ଲଢେଇ ବିବାଦ (Man -Elephant conflict ) ଅଧିକ ମାତ୍ରାରେ ବଢ଼ିବାରେ ଲାଗିଛି l ବେଲହୁଁ ଆମେ ମଣିଷ ସମାଜ ସଚେତନ ହେବା ଆବଶ୍ୟକ ଯେ ବନ୍ୟପ୍ରାଣୀଙ୍କୁ ହଇରାଣ ନକରି ତାଙ୍କର ପ୍ରାକୃତିକ ବାସସ୍ଥଳୀକୁ ନଷ୍ଟ ନକରି ସୁରକ୍ଷା କରିବା ପୂର୍ଣ୍ଣ ମାତ୍ରା ସବୁଜ ଜଙ୍ଗଲ ସୃଷ୍ଟି କରିବା ଆମରି ପ୍ରମୁଖ ଦାୟିତ୍ୱ ହେବା ନିହାତି ଜରୁରୀ ଅଟେ l ହାତୀ ବଂଶ ରହିଲେ ଜଙ୍ଗଲ ଓ ଜୈବ ବିବିଧତାର ସନ୍ତୁଳନ ଆପେ ଆପେ ସୁଧୁରିବ ଜଙ୍ଗଲ ସୁରକ୍ଷିତ ରହିଲେ ଜଳବାୟୁ ସୁସ୍ଥ ରହିବ, ଜଳବାୟୁ ସୁସ୍ଥ ରହିଲେ ଜୀବ ଜଗତ ତଥା ଆମେ ମଣିଷ ସମାଜ ମୁକ୍ତ ଅମ୍ଳଜାନ ପାଇ ସୁସ୍ଥ ଓ ସତେଜ ରହିପାରିବା l ସେଥିପାଇଁ ଆମେ ସମସ୍ତେ ସୁସ୍ଥ ମାନସିକତାରେ ହାତୀକୁ ଶତ୍ରୁ ନଭାବି ହାତୀର ପ୍ରାକୃତିକ ବାସସ୍ଥଳୀର ନଷ୍ଟ ନକରି ତାହାକୁ ସୁରକ୍ଷା କଲେ ହାତୀପଲ ଗାଁ କି ସହର ମୁହାଁ ହେବେ ନାହିଁ ଫଳରେ କାହାରି ଧନ ଜୀବନ କ୍ଷତି ହେବ ନାହିଁ l ଏଥି ପ୍ରତି ସମସ୍ତ ଜନସାଧାରଣ ସଚେତନ ହେବା ସଙ୍ଗେ ହାତୀ ସଂରକ୍ଷଣ ପ୍ରତି ଯତ୍ନବାନ ହେବା ଆବଶ୍ୟକ ବୋଲି ପରିବେଶବିତ ତଥା ବୁଦ୍ଧିଜୀବୀ ଙ୍କ ମତ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ