ଦେଶର ସମସ୍ତ ନାଗରିକ ସାକ୍ଷର ହେବା ଆବଶ୍ୟକ
ବୀରମହାରାଜପୁର : ସମସ୍ତ ବ୍ୟକ୍ତି ସାକ୍ଷର ହେବାପାଇଁ ପ୍ରୟାସ କରିବା ଆବଶ୍ୟକ I ସମସ୍ତେ ସାକ୍ଷର ହେଲେ ଦେଶ ଆହୁରି ଆଗକୁ ବଢିବ I ବ୍ୟକ୍ତି ସାକ୍ଷର ଭାବନା ଶକ୍ତି ବୃଦ୍ଧିହୁଏ I ତେଣୁ ସମାଜର ସମସ୍ତଙ୍କୁ ସାକ୍ଷର କରିବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ବୀରମହାରାଜପୁର ମହାବିଦ୍ୟାଳୟ ପରିସରରେ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ପରିପ୍ରେକ୍ଷୀରେ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି I ଆଜି ଏହି ଉପଲକ୍ଷେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡ଼. ଶିଶିର ବଣିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ I ବିଭାଗ ମୁଖ୍ୟ ବିଜୟ କୁମାର ପଧାନ ପ୍ରାରମ୍ଭିକ ସୂଚନା ଦେବା ସହିତ ବିଷୟ ଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ I ଅଧ୍ୟାପିକା ହରପ୍ରିୟା ମହାପାତ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ ବିଷୟ ଭିତ୍ତିକ ବକ୍ତବ୍ୟ ପ୍ରଦାନ କରିଥିଲେ I ସଭା ସଂଯୋଜନା ଯୁଗ୍ମ ଭାବରେ ସସ୍ମିତା ସାହୁ ଏବଂ ଆଲିଶା ରାଉତ କରିଥିବାବେଳେ କୌଶଲ୍ୟା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଆଶା ରଥ, ରୁପାଲୀ ସାହୁ, ଜୟନ୍ତୀ ମେହେର, ଶିଖା ମେହେର, ବିବେକ ନାଏକ, ରାହୁଲ ମହାକୁର ଏବଂ ଝିଲି ମେହେର ଅଂଶଗ୍ରହଣ କରିଥିଲେ I

