Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ୨ ଯୁବକ ଗୁରୁତର।

କୋକସରା:ଜାତୀୟ ରାଜପଥ ୨୬ କୋକସରା ଧାନ ମଣ୍ଡି ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ରେ ଥିବା ଦୁଇ ଯୁବକ ରାସ୍ତାରେ ଛିଟିକି ପଡି ଗୁରୁତର ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ମାନେ ଯୁବକ ଦ୍ବୟ ଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଗୁରୁତର ୨ ଯୁବକ ହେଲେ ଚିଲିଗୁଡା ଗ୍ରାମର ଡିଙ୍ଗର ଗହୀର(୩୦) ଓ ଡୁଡୁକାଠେଙ୍ଗା ପଞ୍ଚାୟତ ବନ୍ଧପଡା ର ବାଳଜୀ ଗୋପାଳ (୨୫) ବୋଳି ଜଣାପଡିଛି।କୋକସରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ଥିବାରୁ ଡାକ୍ତର ଙ୍କ ପରାମର୍ଶ କ୍ରମେ ଗୁରୁତର ଙ୍କୁ ଭବାନୀପାଟଣା ଡାକ୍ତରଖାନା।କୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ