Rakesh Mehta Death: ନୋଏଡା ଘରୁ ମିଳିଲା ଦିଲ୍ଲୀର ପୂର୍ବତନ ମୁଖ୍ୟ ସଚିବଙ୍କ ମୃତଦେହ, ମିଳିଲା ଚିଠି
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟ ସଚିବ ତଥା ବରିଷ୍ଠ IAS ଅଧିକାରୀ ରାକେଶ ମେହେଟାଙ୍କ ମୃତଦେହ ନୋଏଡାସ୍ଥିତ ତାଙ୍କ ବାସଭବନରୁ ଉଦ୍ଧାର ହୋଇଛି। ପୁଲିସ ଘଟଣାସ୍ଥଳରୁ ଏକ ଚିଠି ମଧ୍ୟ ଜବତ କରିଛି। ସେପ୍ଟେମ୍ବର ୬ରେ ନୋଏଡାର ସେକ୍ଟର-୮୨ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ମେହେଟାଙ୍କ ମୃତଦେହ ମିଳିଥିବା ଜଣାପଡ଼ିଛି।
ପୁଲିସ ସୂଚନା ଅନୁସାରେ, ଘଟଣାସ୍ଥଳରୁ ମିଳିଥିବା ଏକ ପୃଷ୍ଠାର ଚିଠିକୁ ନେଇ ତଦନ୍ତ କରାଯାଉଛି। ରିପୋର୍ଟ ଅନୁସାରେ, ଚିଠିରେ ସେ ଦୀର୍ଘଦିନ ଧରି ଭୋଗୁଥିବା ଅସୁସ୍ଥତାର ଉଲ୍ଲେଖ କରିଥିଲେ ଏବଂ ନିଜ ମୃତ୍ୟୁ ପାଇଁ କାହାକୁ ଦାୟୀ ନ କରିବାକୁ କହିଥିଲେ। ତେବେ ପୁଲିସ ସମସ୍ତ ଦିଗରୁ ମାମଲାର ତଦନ୍ତ ଜାରି ରଖିଛି।
ରାକେଶ ମେହେଟା ୧୯୭୫ ବ୍ୟାଚ୍ର IAS ଅଧିକାରୀ ଥିଲେ। ସେ ୨୦୦୭ରୁ ଅବସର ନେବା ପର୍ଯ୍ୟନ୍ତ ଦିଲ୍ଲୀର ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିଥିଲେ। ଦିଲ୍ଲୀ ପ୍ରଶାସନରେ ଦୀର୍ଘ ସମୟ ଧରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦରେ ରହିଥିବା ମେହେଟାଙ୍କ ମୃତ୍ୟୁକୁ ନେଇ ପ୍ରଶାସନିକ ମହଲରେ ଶୋକ ପ୍ରକାଶ ପାଇଛି।

