Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର କଲେଜ ରାଜନୀତି ବିଜ୍ଞାନ ବିଭାଗର ସ୍ଵାଗତ ସମାରୋହ

ବୀରମହାରାଜପୁର : ସ୍ଥାନୀୟ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ସ୍ୱାଗତ ସମାରୋହ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ବିଭାଗୀୟ ମୁଖ୍ୟ ଶିବ କୁମାର ପୁରୋହିତ, ଇଂରାଜୀ ବିଭାଗର ମୁଖ୍ୟ ବିଜୟ କୁମାର ପୁରୋହିତ ଏବଂ ଅଧ୍ୟାପକ ନରେନ୍ଦ୍ର ଝା ପ୍ରମୁଖ ଅତିଥି ଭାବେ ଯୋଗଦେଇ +୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ବାର୍ତ୍ତା ପ୍ରଦାନ କରିଥିଲେ । ଏଥିସହ ଓଡ଼ିଆ ଅଧ୍ୟାପିକା ଜାମିନୀ ଦାଶ ଏବଂ ଡ. ପ୍ରକାଶ କୁମାର ସେଠ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଦ୍ବିତୀୟ ବର୍ଷର ଛାତ୍ରୀ ଜିନାରାଣି ମେହେର ସ୍ଵାଗତ ଅଭିଭାଷଣ ଦେଇଥିଲେ । ଏତତ୍ ବ୍ୟତିତ ବିମଳ କୁମ୍ଭାର, ସତ୍ୟପ୍ରିୟ ବାରିକ, ଜିନା ମେହେର ପ୍ରମୁଖ ନବାଗତଙ୍କୁ ସ୍ବାଗତ କରିଥିଲେ । ପ୍ରତିକ୍ଷା ପଧାନ ଏବଂ ଅଙ୍କିତା ପାଣିଗ୍ରାହୀ ସଭା ସଞ୍ଜଜନା କରିଥିବା ବେଳେ ଭାରତୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ