Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲେଶ୍ବର ବାହାନାଗା ରେଳ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଯାତ୍ରୀ ଙ୍କ ପାଇଁ ବିଜେଡି ପକ୍ଷରୁ କ୍ଯାଣ୍ଡେଲ ଶୋଭାଯାତ୍ରା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସମ୍ମୁଖରୁ ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ବାହାନାଗା ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ରେଳ ଯାତ୍ରୀ ଙ୍କ ପାଇଁ ଏକ ନିରବ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି l ବିଜୁଜନତା ଦଳ ପକ୍ଷରୁ ଯୁବ ବିଜେଡି ସଭାପତି ନାରାୟଣ ଲୁହା ଙ୍କ ନେତୃତ୍ୱ ରେ ୨00ରୁ ଉର୍ଦ୍ଧ୍ୱ ବିଜେଡି କର୍ମୀ ମହମବତୀ ଶୋଭାଯାତ୍ରା ରେ ଅଂଶ ଗ୍ରହଣ କରିଥିଲେ l ବୀରମହାରାଜପୁର ଛକ ଦେଇ ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ ମନ୍ଦିର ପର୍ଯ୍ଯନ୍ତ ପହଞ୍ଚିଥିଲା l ସେଠାରେ ସମୂହ ଦୀପଦାନ କରିବା ସହ ମୃତ୍ୟୁ ବରଣ କରିଥିବା ରେଳ ଯାତ୍ରୀଙ୍କ ଆତ୍ମା ର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ଆତ୍ମା ର ବ୍ଲକ ଅଧ୍ୟକ୍ଷ ବିବସ୍ୱତୀ ପଣ୍ଡା, କିଶୋର ହୋତା, ଧୀରେନ୍ଦ୍ର ନାରାୟଣ ପଣ୍ଡା, ସତ୍ୟଞ୍ଜିବ ମିଶ୍ର, ସରପଞ୍ଚ ମନୋଜ କୁମାର ସାହୁ, ସୁରୁ ନାରାୟଣ ମହାକୁର, ଲକ୍ଷ୍ମୀ ନାରାୟଣ ପୁରୋହିତ, ସଇନ୍ଦୁ ସାହୁ, ବିନୋବାନନ୍ଦ ପଧାନ, ଦିଲ୍ଲୀପ ଜଗଦଳା, ସଂଗ୍ରାମ କମ୍ପ, ଲଳିତ ପାତ୍ର, ତିର ପଧାନ, କୃଷ୍ଣ ଚନ୍ଦ୍ର ମେହେର, ବିମ୍ବାଧର ସାହୁ, ରାମେଶ୍ୱର ମହାକୁର, ଶମ୍ଭୁ ପାଳେ, ବୁଲୁ ପଧାନ, ପୃଥ୍ୱୀରାଜ ମହାକୁର ପ୍ରମୁଖ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ