Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

ବାଲିଗୁଡ଼ା, ୧୦/୦୯:(ସଞ୍ଜୟ କୁମାର ପାଣିଗ୍ରାହୀ): ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସରକାରୀ ଯୋଜନାର ସୁବିଧା ଯୋଗାଇଦେବା ସହ ସେମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ବାଲିଗୁଡ଼ାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଅଞ୍ଚଳର ବହୁ ସଂଖ୍ୟକ ଭିନ୍ନକ୍ଷମ ବ୍ୟକ୍ତି ଯୋଗଦେଇ ସରକାରୀ ସୁବିଧା ପାଇଁ ମୋଟ ୨୪୭ ଜଣଙ୍କ ପଞ୍ଜିକରଣ ହୋଇଥିବା ଜଣାପଡ଼ିଛି। ଏହି ଅବସରରେ ଯୋଗ୍ୟ ହିତାଧିକାରୀଙ୍କୁ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସହାୟକ ଉପକରଣ ମଧ୍ୟରେ ୧ଟି ଟ୍ରାଇସାଇକେଲ, ୧ଟି କୁନି କ୍ରାଚେ, ୧ଟି ଚକିଆ ଚେୟାର ଓ ୧ଟି ସହାୟକ କ୍ରାଚେ ପ୍ରଦାନ କରାଯାଇଥିଲା। ଏହି ଉପକରଣ ମିଳିବା ଫଳରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଚଳପ୍ରଚଳ ଓ ଦୈନନ୍ଦିନ ଜୀବନ ଅଧିକ ସହଜ ହେବ ବୋଲି ଆଶା ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପ-ଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ, ବ୍ଲକ୍ ଉନ୍ନୟନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ମଲିକ ଉପସ୍ଥିତ ରହି ଶିବିରର କାର୍ଯ୍ୟକ୍ରମ ତଦାରଖ କରିଥିଲେ। ଏଥିସହ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ (ବିଏସ୍ଏସ୍ଓ), ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ (ଏସ୍ଏସ୍ଏସ୍ଓ) ଏବଂ ବାଲିଗୁଡ଼ା ଉପଖଣ୍ଡ ହସ୍ପିଟାଲର ଚିକିତ୍ସା କର୍ମଚାରୀ ମାନେ ଶିବିରରେ ଯୋଗଦେଇଥିଲେ। ଶିବିରରେ ଭିନ୍ନକ୍ଷମ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ପଞ୍ଜିକରଣ ଓ ସେମାନଙ୍କ ଆବଶ୍ୟକତା ଅନୁଧ୍ୟାନ କରାଯାଇଥିଲା। ସରକାରଙ୍କ ଏଭଳି ଜନକଲ୍ୟାଣମୂଳକ ପଦକ୍ଷେପ ଭିନ୍ନକ୍ଷମଙ୍କ ଜୀବନରେ ନୂଆ ଆଶା ସୃଷ୍ଟି କରିବା ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତ ରେ ସାମିଲ କରିବାରେ ସହାୟକ ହେବ ବୋଲି ଉପସ୍ଥିତ ଅଧିକାରୀମାନେ ମତ ପ୍ରକାଶ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ