Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୋୟଲ କ୍ଲବ ପକ୍ଷରୁ ଗଣେଶ ପୂଜା ଅବସରରେ କଳସ ଯାତ୍ରା ଅନୁଷ୍ଠିତ।

କଳାହାଣ୍ଡି,୧୩/୦୯
କୋକସରା ବ୍ଲକ ସଦର କୋକସରା ଜଗନ୍ନାଥ ମନ୍ଦିର ପଡା ନିକଟରେ ରୋୟଲ କ୍ଲବ ଆନୁକୂଲ୍ୟରେ ଶ୍ରୀ ଗଜାନନ ଙ୍କ ପୂଜନୋତ୍ସଵ ମହା ଆଡମ୍ବରରେ ପାଳନ ହେଉଥିବା ବେଳେ ରବିବାର ଅଧିବାସ ସହ କଲସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟାରେ ଭକ୍ତିମୟ ପରିବେଶ ମଧ୍ୟରେ ସଂକୀର୍ତ୍ତନ ଦଳ ସହ ମହିଳା ମାନେ କଳସ ଯାତ୍ରା ରେ ସାମିଲ ହୋଇ ନଗର ପରିକ୍ରମା କରି ପଦ୍ମ ପୋଖରୀ ରୁ ପଣ୍ଡିତ ଟିକିନା ମିଶ୍ର ଙ୍କ ମନ୍ତ୍ର ଉଚ୍ଚାରିତ ପରେ ପବିତ୍ର ଜଳ କଳସ ରେ ଧାରଣ କରି ପୂଜା ମଣ୍ଡପ ରେ ଆଣି ସ୍ଥାପନ କରିଥିଲେ। ଏହି ଅବସରରେ ପୂଜାକର୍ତ୍ତା ଅଙ୍କିତ କୁମାର ପ୍ରଧାନୀ ସମେତ ଶତାଧିକ ମହିଳା ମାନେ ଉପସ୍ଥିତ ଥିଲେ। ଆଜି ସକାଳ ରେ ଶ୍ରୀଗଣେଶ ପୂଜା ରୀତିନୀତି ଅନୁସାରେ ପାଳନ କରାଯିବ। ଗଣେଷ ପୂଜା ପାଇଁ ରୋୟଲ କ୍ଲବ କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପୂଜା କମିଟିର ଯୁବଗୋଷ୍ଠୀ ସଦସ୍ୟ ମାନେ ସକ୍ରିୟ ଭାବେ ବିଭିନ୍ନ ଦାୟିତ୍ୱ ନିର୍ବାହ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ