Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Delhi Murder: ସିଗାରେଟ୍ ଜଳାଇବାକୁ ଦେଲେନି ଦିଆସିଲି, ବିବାଦ ପରେ ଛୁରାମାଡ଼ରେ ଯୁବକ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ଉତ୍ତର-ପଶ୍ଚିମ ଅଞ୍ଚଳରେ ଦିଆସିଲି ମାଗିବାକୁ ନେଇ ଆରମ୍ଭ ହୋଇଥିବା ବିବାଦ ମରଣାନ୍ତକ ଆକ୍ରମଣର ରୂପ ନେଇଛି। କେଶବ ପୁରମ ଅଞ୍ଚଳର ଏକ ମଦ ଦୋକାନ ସମ୍ମୁଖରେ ମଙ୍ଗଳବାର ଏହି ଘଟଣା ଘଟିଥିବା ପୋଲିସ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡିଛି । ଭବାନୀ ଓ ଆଶା ରାମ ନାମକ ଦୁଇ ଜଣଙ୍କୁ ତିନି ଜଣ ବ୍ୟକ୍ତି ଦିଆସିଲି ମାଗିଥିଲେ। ଦିଆସିଲି ନଥିବା କହି ମନା କରିବା ପରେ ଉଭୟ ପକ୍ଷ ମଧ୍ୟରେ ବିବାଦ ହୋଇଥିଲା।

ପୁଲିସ ସୂଚନା ଅନୁସାରେ, ବିବାଦ ବଢ଼ିବା ପରେ ଅଭିଯୁକ୍ତମାନେ ଦୁଇ ଜଣଙ୍କୁ ମୁଥ ମାରିବା ସହ ଛୁରିରେ ଆକ୍ରମଣ କରିଥିଲେ। ଭବାନୀଙ୍କୁ ତୁରନ୍ତ ଦୀପଚନ୍ଦ ବନ୍ଧୁ ହସ୍ପିଟାଲ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପିଠିର ବାମ ପାର୍ଶ୍ୱରେ ଗଭୀର ଆଘାତ ଲାଗିଥିଲା। ଅନ୍ୟପକ୍ଷରେ, ୩୨ ବର୍ଷୀୟ ଆଶା ରାମଙ୍କ ବାମ ଛାତିର ତଳଭାଗରେ ଛୁରାମାଡ଼ ହୋଇଥିବାରୁ ତାଙ୍କର ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଛି।

ଘଟଣା ପରେ କେଶବ ପୁରମ ଥାନାରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩(୧) ଅନୁସାରେ ହତ୍ୟା ଏବଂ ଧାରା ୧୦୯(୧) ଅନୁସାରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ପୁଲିସ ପ୍ରଯୁକ୍ତିଗତ ତଥ୍ୟ ଓ ସ୍ଥାନୀୟ ସୂଚନା ଆଧାରରେ ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ୧୯ ବର୍ଷୀୟ ନରେଶ ବାହାଦୁର ଓରଫ ନେପାଳୀ, ୧୯ ବର୍ଷୀୟ ତରୁଣ ଏବଂ ଜଣେ ନାବାଳକଙ୍କୁ ଧରିଛି। ପୁଲିସ ଅନୁସାରେ, ନରେଶ ଦୁଇ ଜଣଙ୍କୁ ଛୁରିରେ ଆକ୍ରମଣ କରିଥିଲେ | ଘଟଣାରେ ବ୍ୟବହୃତ ଛୁରିକୁ ପୋଲିସ ଜବତ କରିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories