Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Saudi Arabia Dubai Detention: ସାଉଦି ଓ ଦୁବାଇରେ ଦୁଇ ଭାରତୀୟ ଅଟକ ଅଭିଯୋଗ, ସହାୟତା ପାଇଁ ବିଦେଶ ମନ୍ତ୍ରଣାଳୟକୁ ଅନୁରୋଧ

ନୂଆଦିଲ୍ଲୀ: ସାଉଦି ଆରବ ଓ ଦୁବାଇରେ ତେଲେଙ୍ଗାନା ଏବଂ କର୍ଣ୍ଣାଟକର ଦୁଇ ଭାରତୀୟ ନାଗରିକଙ୍କୁ ଅଟକ ରଖିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଉଭୟଙ୍କ ପରିବାର ସେମାନଙ୍କ ଆଇନଗତ ସ୍ଥିତି, ଅବସ୍ଥାନ ଓ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ମିଳିବା ସହ ଭାରତୀୟ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ିଛନ୍ତି। ହାଇଦ୍ରାବାଦର ମହମ୍ମଦ ଆଫ୍ରୋଜ୍‌ ସାଉଦି ଆରବର ଜେଦ୍ଦାସ୍ଥିତ ଅଲ୍-ଶୁମୈସି ଡିଟେନ୍‌ସନ୍‌ ସେଣ୍ଟରରେ ପ୍ରାୟ ଦୁଇ ବର୍ଷ ଧରି ଅଟକ ଥିବା ତାଙ୍କ ପରିବାର ଦାବି କରିଛି।

ଆଫ୍ରୋଜଙ୍କ ମା’ ଜୈବ୍‌ ଉନ୍ନିସାଙ୍କ କହିବା ଅନୁସାରେ, ସେ ୨୦୧୪ ଫେବ୍ରୁଆରୀରେ ଚାକିରି ପାଇଁ ସାଉଦି ଆରବ ଯାଇଥିଲେ। ପ୍ରଥମେ ସେ ଘରୋଇ ଡ୍ରାଇଭର ଭାବେ କାମ କରୁଥିବା ବେଳେ ପରେ ଡେଲିଭରି କାମ କରିଥିଲେ। ତେବେ ତାଙ୍କୁ କେଉଁ ପରିସ୍ଥିତିରେ ଗିରଫ କରାଗଲା କିମ୍ବା ତାଙ୍କ ବିରୋଧରେ କେଉଁ ମାମଲା ରହିଛି, ସେ ସମ୍ପର୍କରେ ପରିବାର ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ପାଇପାରିନଥିବା ଦାବି କରିଛି।

ଅନ୍ୟ ଏକ ଘଟଣାରେ କର୍ଣ୍ଣାଟକର ମୈସୁରୁର ସଲମାନ ଫାରିଜ୍‌ ଦୁବାଇର ଏକ ଜେଲ୍‌ରେ ଥିବା ତାଙ୍କ ପରିବାର କହିଛି। ପରିବାରର ଅଭିଯୋଗ ଅନୁସାରେ, ଡେଲିଭରି ଚାକିରିର ପ୍ରତିଶ୍ରୁତି ପାଇ ସେ ୟୁଏଇ ଯାଇଥିଲେ ଏବଂ ପରେ ଏକ ଡେଲିଭରି କମ୍ପାନୀରେ କାମ କରିଥିଲେ। ଅନେକ ମାସ ଧରି ଦରମା ମିଳିନଥିବା ଏବଂ ନିଯୁକ୍ତିଦାତାଙ୍କ ପାଖରେ ତାଙ୍କ ପାସପୋର୍ଟ ରହିଥିବା ପରିବାର ଅଭିଯୋଗ କରିଛି। ପରେ ତାଙ୍କ ସହ ଯୋଗାଯୋଗ ହୋଇନଥିବା ବେଳେ ଦୁବାଇ ପୁଲିସ ତାଙ୍କୁ ଗିରଫ କରିଥିବା ପରିବାର ଜାଣିଥିବା ଦାବି କରିଛି। ଏହି ଦୁଇ ମାମଲାରେ ଭାରତୀୟ କୂଟନୈତିକ ମିଶନ ମାଧ୍ୟମରେ ଆଇନଗତ ଓ ଦୂତାବାସୀୟ ସହାୟତା ଦେବା ସହ ଦୁଇ ଜଣଙ୍କ ଆଇନଗତ ସ୍ଥିତି ଯାଞ୍ଚ କରିବାକୁ ଏମ୍‌ବିଟି ମୁଖପାତ୍ର ତଥା ସାମାଜିକ କର୍ମୀ ଅମଜଦ ଉଲ୍ଲା ଖାନ୍‌ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories