IND vs WI: ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଦଳ ଘୋଷଣା, ଫେରିଲେ ରୋହିତ-କୋହଲି; ଗିଲ୍ଙ୍କୁ ODI ଅଧିନାୟକ ଦାୟିତ୍ୱ
ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆଗାମୀ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଦିନିକିଆ ଦଳର ନେତୃତ୍ୱ ଶୁଭମନ ଗିଲ୍ ନେବେ ଏବଂ କେଏଲ୍ ରାହୁଲ୍ ଉପଅଧିନାୟକ ରହିବେ। ଏହି ଦଳରେ ଅନୁଭବୀ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ମଧ୍ୟ ସ୍ଥାନ ମିଳିଛି। ଏହାସହ ରୁତୁରାଜ ଗାଏକୱାଡ୍, ଧ୍ରୁବ ଜୁରେଲ୍, ରବୀନ୍ଦ୍ର ଜାଡେଜା, ମହମ୍ମଦ ସିରାଜ ଓ ଯଶସ୍ୱୀ ଜୟସ୍ୱାଲ୍ ମଧ୍ୟ ଦଳରେ ରହିଛନ୍ତି।
ଦିନିକିଆ ଦଳରେ ଶୁଭମନ ଗିଲ୍, ରୋହିତ ଶର୍ମା, ବିରାଟ କୋହଲି, ରୁତୁରାଜ ଗାଏକୱାଡ୍, କେଏଲ୍ ରାହୁଲ୍, ଧ୍ରୁବ ଜୁରେଲ୍, ନୀତୀଶ କୁମାର ରେଡ୍ଡୀ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣ, ଗୁରନୂର ବ୍ରାର୍, ମହମ୍ମଦ ସିରାଜ, ଆକିବ ନବୀ, ଯଶସ୍ୱୀ ଜୟସ୍ୱାଲ୍ ଓ ନମନ ଧୀର ରହିଛନ୍ତି। ଆକିବ ନବୀ ଓ ନମନ ଧୀର ପ୍ରଥମ ଥର ପାଇଁ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି।
ଟି-୨୦ ଦଳର ଅଧିନାୟକ ହେବେ ଶ୍ରେୟସ ଆୟର୍, ଯେତେବେଳେ ତିଳକ ବର୍ମା ଉପଅଧିନାୟକ ରହିବେ। ଦଳରେ ଅଭିଷେକ ଶର୍ମା, ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ଈଶାନ କିଶନ, ସଞ୍ଜୁ ସାମସନ, ଶିବମ ଦୁବେ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଅର୍ଶଦୀପ ସିଂହ, ମୟଙ୍କ ଯାଦବଙ୍କ ସମେତ ୧୫ ଜଣ ଖେଳାଳି ରହିଛନ୍ତି। ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ଟି ଦିନିକିଆ ସେପ୍ଟେମ୍ବର ୨୭, ୩୦ ଓ ଅକ୍ଟୋବର ୩ରେ ଖେଳାଯିବ। ଏହାପରେ ଅକ୍ଟୋବର ୬ରୁ ୧୭ ମଧ୍ୟରେ ୫ଟି ଟି-୨୦ ମ୍ୟାଚ୍ ହେବ।

