Surat Viral Video: ବନ୍ଦ ବଙ୍ଗଳାରେ ପଶି ଷ୍ଟିଲ୍ ଜାଲିରେ ଫସିଗଲେ ଯୁବକ, ଘଟଣାର ଭିଡିଓ ଭାଇରାଲ
ଗୁଜରାଟ: ଗୁଜରାଟର ସୁରତ ନାନା ବରାଛା ଅଞ୍ଚଳରେ ଏକ ବନ୍ଦ ବଙ୍ଗଳାରେ ପଶିଥିବା ଜଣେ ଯୁବକ ଷ୍ଟିଲ୍ ଜାଲିରେ ଫସିଯାଇଥିବା ଘଟଣାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଭିଡିଓରେ ଯୁବକ ଜଣକ ଜାଲିରୁ ବାହାରିବା ପାଇଁ ଛଟପଟ ହେଉଥିବା ବେଳେ ତାଙ୍କ ଚାରିପାଖରେ କିଛି ଲୋକ ଜମା ହୋଇଥିବା ଦେଖାଯାଉଛି। ଭିଡିଓରେ କିଛି ଲୋକ ଯୁବକଙ୍କୁ ମାଡ଼ ମାରୁଥିବା ମଧ୍ୟ ଦେଖାଯାଇଛି।
ପୁଲିସର ସୂଚନା ଅନୁସାରେ, ଭାଇରାଲ ହୋଇଥିବା ଏହି ଭିଡିଓ ପ୍ରାୟ ୧୫ ଦିନ ପୁରୁଣା। ତେବେ ଏବେ ଏହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଘଟଣାଟି ପୁଣି ଚର୍ଚ୍ଚାକୁ ଆସିଛି। ଅନ୍ୟପକ୍ଷରେ ବଙ୍ଗଳା ମାଲିକ ଘରେ କୌଣସି ଚୋରି ହୋଇଥିବା ଘଟଣାକୁ ଅସ୍ୱୀକାର କରିଛନ୍ତି।
ଘଟଣାକୁ ନେଇ ପୁଲିସ ଜାଲିରେ ଫସିଥିବା ଯୁବକଙ୍କ ପରିଚୟ ଜାଣିବା ସହ ସେ କାହିଁକି ବନ୍ଦ ବଙ୍ଗଳା ଭିତରକୁ ପଶିଥିଲେ, ତାହାର ତଦନ୍ତ କରୁଛି। ଭିଡିଓରେ ଦେଖାଯାଉଥିବା ଘଟଣାର ପୂର୍ଣ୍ଣ ପୃଷ୍ଠଭୂମି ମଧ୍ୟ ପୁଲିସ ଯାଞ୍ଚ କରୁଥିବା ସୂଚନା ମିଳିଛି।

