Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ghaziabad Viral Video: ଓକିଲଙ୍କ ଚ୍ୟାମ୍ବରରେ ପ୍ରତିଦିନ ରୁଟି ନେବା ପାଇଁ ପହଞ୍ଚୁଛି ଏକ ମାଙ୍କଡ଼, ଚର୍ଚ୍ଚାରେ ଓକିଲ ଏବଂ ମାଙ୍କଡର ବନ୍ଧୁତ୍ୱ

ଉତ୍ତରପ୍ରଦେଶ: ଗାଜିଆବାଦ ଜିଲ୍ଲା କଚେରୀରେ ଜଣେ ଓକିଲ ଓ ଏକ ମାଙ୍କଡ଼ର ଅନନ୍ୟ ସମ୍ପର୍କ ଏବେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଅଧିବକ୍ତା ମହେଶ ଯାଦବଙ୍କ ଚ୍ୟାମ୍ବରକୁ ଗତ ପ୍ରାୟ ୫ ବର୍ଷ ଧରି ଏକ ମାଙ୍କଡ଼ ନିୟମିତ ଭାବେ ଆସୁଥିବା କୁହାଯାଉଛି। ମାଙ୍କଡ଼ଟି ଚ୍ୟାମ୍ବରରେ ପହଞ୍ଚି ମହେଶଙ୍କ ମେଜ ଉପରେ ବାସି ରୁଟି ପାଇଁ ଅପେକ୍ଷା କରେ।

ମହେଶ ଯାଦବ ରୁଟି ଦେବା ପରେ ମାଙ୍କଡ଼ଟି ଖାଇ ସେଠାରୁ ଚାଲିଯାଏ। ତେବେ ଯେଉଁ ଦିନ ମହେଶ କଚେରୀକୁ ଆସନ୍ତି ନାହିଁ, ସେହି ଦିନ ମଧ୍ୟ ମାଙ୍କଡ଼ଟି ତାଙ୍କ ଚ୍ୟାମ୍ବର ଆଖପାଖରେ ବୁଲୁଥିବା କୁହାଯାଉଛି। ଦୀର୍ଘଦିନ ଧରି ଚାଲିଥିବା ଏହି ଅଭ୍ୟାସ ଯୋଗୁଁ ଓକିଲ ଓ ମାଙ୍କଡ଼ ମଧ୍ୟରେ ଏକ ନିଆରା ସମ୍ପର୍କ ଗଢ଼ିଉଠିଛି।

ଏହି ଅନନ୍ୟ ସମ୍ପର୍କର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି। ଭିଡିଓରେ ମାଙ୍କଡ଼ଟି ଓକିଲଙ୍କ ଚ୍ୟାମ୍ବରରେ ବସିଥିବା ଏବଂ ରୁଟି ପାଇଁ ଅପେକ୍ଷା କରୁଥିବା ଦେଖାଯାଉଛି। ଦୀର୍ଘ ୫ ବର୍ଷ ଧରି ପ୍ରତିଦିନ ଏଭଳି ଆସିବା ଓ ରୁଟି ଖାଇ ଚାଲିଯିବାର ଏହି ଦୃଶ୍ୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories