ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସ କୁ ସେବା ଓ ସଂକଳ୍ପ ଦିବସ ଭାବେ ପାଳନ କଲେ ବିଜେପି କର୍ମକର୍ତ୍ତା।
କଳାହାଣ୍ଡି,୧୮/୦୯
ଭାରତ ର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଙ୍କ ୭୬ ତମ ଜନ୍ମ ଦିବସ କୁ ସେବା ଓ ସଂକଳ୍ପ ଦିବସ ଭାବେ ପାଳନ କରିଛନ୍ତି ବିଜେପି କର୍ମକର୍ତ୍ତା। ଏହି ଅବସରରେ କୋକସରା ବିଜେପି ଆମପାଣି ମଣ୍ଡଳ ପକ୍ଷରୁ ପ୍ରଭୁ ବୁଢ଼ାରଜା ଙ୍କ ପୀଠ ରେ ପ୍ରଧାନମନ୍ତ୍ରୀଜୀ ଙ୍କ ଦୀର୍ଘାୟୁ ଓ ମଙ୍ଗଳମୟ ଜୀବନ କାମନା କରି ସନ୍ଧ୍ୟା ସମୟରେ ‘ଆଶୀର୍ବାଦର ଦୀପ’ ପ୍ରଜ୍ୱଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ,କଳାହାଣ୍ଡି ଜିଲ୍ଲା ଉନ୍ନୟନ ଅଧ୍ୟକ୍ଷ ବିଜୟ ଦିଶାରୀ,ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ତ୍ରିନାଥ ଶବର, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର, ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସହ ସମ୍ପାଦିକା ତଥା ଡୁଡୁକାଠେଙ୍ଗା ପଞ୍ଚାୟତ ସରପଞ୍ଚ ହରିପ୍ରିୟା ନାଗ, ଆଦିବାସୀ ସେଲ ସମ୍ପାଦକ ସନ୍ତୋଷ ମାଝୀ, ମଣ୍ଡଳ ଏସସି ସେଲ ସଭାପତି ରଘୁନାଥ ଖମାରି, ମଣ୍ଡଳ ପ୍ରଭାରୀ ଗଣେଶ ନନ୍ଦ,ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା,ଜିଲ୍ଲା ପ୍ରତିନିଧି ଭଜମନ ନାଏକ ଦୁଷ୍ମନ୍ତ ଯାଦବ ସମେତ ମଣ୍ଡଳ ବିଜେପି ମହିଳା ମୋର୍ଚ୍ଚା ର ମହିଳା ନେତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାସହ କୋକସରା ବ୍ଲକ ର ମୋଟେର ମଣ୍ଡଳ ରେ ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା ଓ କୋକସରା ମଣ୍ଡଳ ରେ ସଭାପତି ବସନ୍ତ ନାଗ ଙ୍କ ନେତୃତ୍ୱରେ ବିଭିନ୍ନ ଶକ୍ତିକେନ୍ଦ୍ର,ବୁଥ ସ୍ତରରେ ମଧ୍ୟ ପ୍ରଧାନମନ୍ତ୍ରୀ ଙ୍କ ଦିର୍ଘାୟୁ କାମନା କରି ଆଶୀର୍ବାଦର ଦୀପ’ ଜନ ସାଧାରଣ ସମେତ ବିଜେପି ର କର୍ମକର୍ତ୍ତା ମାନେ ଜାଳିଥିଲେ।

