ଦେବଶିଳ୍ପୀ ବିଶ୍ୱକର୍ମା ପୂଜା ରେ ଭକ୍ତିମୟ ପୂଜା ମଣ୍ଡପ, ଶ୍ରଦ୍ଧାଳୁ କଲେ ଦର୍ଶନ।
କଳାହାଣ୍ଡି,୧୭/୦୯
ଆଜି ହେଉଛି ଦେବଶିଳ୍ପୀ ପ୍ରଭୁ ବିଶ୍ୱକର୍ମା ଙ୍କ ପୂଜନୋତ୍ସଵ,ସହର ଠାରୁ ପୁରପଲ୍ଲୀରେ ବିଭିନ୍ନ ଶିଳ୍ପାନୁଷ୍ଠାନ, ବିଦ୍ୟୁତ ବିଭାଗ,କଳ କାରଖାନା ସମେତ ବିଭିନ୍ନ ଶ୍ରମିକ ସଂଘ ପକ୍ଷରୁ ବିଶ୍ୱକର୍ମା ଙ୍କ ପୂଜନୋତ୍ସଵ ମହା ଆଡମ୍ବରରେ ପାଳନ କରାଯାଉଛି। କୋକସରା ବ୍ଲକ ସ୍ତରୀୟ ରାଜମିସ୍ତ୍ରୀ ସଙ୍ଘ ପକ୍ଷରୁ କୋକସରା ବସଷ୍ଟାଣ୍ଡ ନିକଟରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ କରାଯାଇଛି। ଏହି ଅବସରରେ ସକାଳୁ ସଂକୀର୍ତ୍ତନ ଦଳ ରେ କଲସ ଯାତ୍ରା ଅନୁଷ୍ଠିତ ହେବାପରେ ରୀତିନୀତି ଅନୁଯାୟୀ ପଣ୍ଡିତ ପୂଜାର୍ଚ୍ଚନା କରିଥିଲେ। କୋକସରା ବ୍ଲକ ରାଜମିସ୍ତ୍ରୀ ସଙ୍ଘ ସଭାପତି ରାଜ କିଶୋର ସିଂ ସମ୍ପାଦକ ଅଭିରାମ ଗୋପାଳ, ଉପ ସଭାପତି କପୁର ମାଝୀ, ସହ ସମ୍ପାଦକ ବିଶି କେଶନ ରାଉତ, କୋଷାଧ୍ୟକ୍ଷ ଦେବରାଜ ମାଝୀ ସମେତ ବିଶ୍ୱକର୍ମା ପୂଜା କମିଟି ସଭାପତି ବଂଶୀଧର ବାଗ, ସମ୍ପାଦକ ଜିତେନ୍ଦ୍ର ଗୋପାଳ, କୋଷାଧ୍ୟକ୍ଷ ଶୁକରଧନ ପୁଞ୍ଜି, ପରିଚାଳନା ସଦସ୍ୟ ତୈଳଙ୍କ ରୋତି,ନରେନ୍ଦ୍ର ନାଏକ,ପର୍ଶୁରାମ ନାଗ,ଶ୍ରୀକାନ୍ତ ନାୟକ, ପଦୁନାଭ ରଣା ଓ ୨୨ ବ୍ଲକ ରେ ନିୟୋଜିତ ମିସ୍ତ୍ରୀ ଓ ଶ୍ରମିକ ମାନେ ଉପସ୍ଥିତ ରହିଥିଲେ। ସେହିପରି କୋକସରା ବ୍ଲକ ଗଡରାମାଲ ସ୍ଥିତି ଟିପିୱବ୍ଲୁଡିଏଲ ବିଦ୍ୟୁତ ବିଭାଗ ସବ ଷ୍ଟେସନ ରେ ବିଦ୍ୟୁତ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ କନିଷ୍ଠ ଯନ୍ତ୍ରୀ ବ୍ରଜ ମୋହନ ଦଳେଇ,ଅଧିକାରୀ ଓ କର୍ମଚାରୀ ମାନେ ପ୍ରଭୁ ବିଶ୍ୱକର୍ମା ଙ୍କ ପୂଜାର୍ଚ୍ଚନା କରିଛନ୍ତି। ପୂଜାକର୍ତ୍ତା ଭାବେ ରଘୁମଣି ବିଶି ପୂଜା କାର୍ଯ୍ୟ ତୁଲାଇଥିଲେ। ଏହା ବ୍ୟତୀତ।କୋକସରା ବ୍ଲକ ର ବିଭିନ୍ନ ସ୍ଥାନରେ ବିଶ୍ୱ ନିଅନ୍ତା ବିଶ୍ୱକର୍ମା ଙ୍କ ପୂଜନୋତ୍ସଵ ଓ ପୂଜାର୍ଚ୍ଚନା ମହା ଆଡମ୍ବରରେ ପାଳନ ହେବାସହ ବିଶ୍ୱକର୍ମା ଙ୍କ ଦର୍ଶନ ସହ ଆଶିଷ ଭିକ୍ଷା କରିଥିଲେ।

