Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାଇଦ୍ରାବାଦ ସରକାରୀ ଭଲଭୋ ବସ ଚଳାଚଳ ବନ୍ଦ ନେଇ ଯାତ୍ରୀ ଅସନ୍ତୋଷ, ପୁନଃ ଚଳାଚଳ ଦାବି।

କଳାହାଣ୍ଡି,୧୮/୦୯
ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଭବାନୀପାଟଣା ଠାରୁ ହାଇଦ୍ରାବାଦ କୁ ଜଗନ୍ନାଥ ଭଲଭୋ ଯାତ୍ରୀବାହୀ ବସ ସେବା ଗତବର୍ଷ ଠାରୁ ଆରମ୍ଭ ହୋଇଥିଲା। ଯାତ୍ରୀ ଙ୍କ ଯାତାୟାତ ରେ ସୁବିଧା ପାଇଁ ଆନ୍ତରାଜ୍ୟ ବସ ସେବା ଆରମ୍ଭ ହୋଇଥିବା ବେଳେ ବସ ଟି ଭବାନୀପାଟଣା ରୁ ପ୍ରତିଦିନ ସନ୍ଧ୍ୟାରେ ବାହାରି ଜୁନାଗଡ଼, ଧର୍ମଗଡ, କୋକସରା,ପାପଡାହାଣ୍ଡି,ଜୟପୁର, ମାଲକାନଗିରି ଦେଇ ଆନ୍ଧ୍ରପ୍ରଦେଶ ଓ ହାଇଦ୍ରାବାଦ କୁ ନିୟମିତ ଯାତାୟାତ କରୁଥିଲା। କିନ୍ତୁ କୌଣସି କାରଣ ବଶତଃ ଏହି ବସ ଦିର୍ଘ ୧ ମାସ ରୁ ଉର୍ଦ୍ଧ୍ବ ହେବ ସେବା ବନ୍ଦ ରହିଛି, ଫଳରେ ଏହି ବସ ଉପରେ ନିର୍ଭର କରୁଥିବା ଯାତ୍ରୀ ସମେତ ଛାତ୍ରଛାତ୍ରୀ ଅଭିଭାବକ, ମେଡ଼ିକାଲ ଯାଉଥିବା ରୋଗୀ ମାନେ ନାହିଁନଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।।କଳାହାଣ୍ଡି ଜିଲ୍ଲାର ଅନେକ ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା,ବୈଷୟିକ ଶିକ୍ଷା ପାଇଁ ହାଇଦ୍ରାବାଦ ରେ ଅଧ୍ୟୟନ କରୁଥିବା ବେଳେ ଉଚ୍ଚତର ସ୍ୱାସ୍ଥ୍ୟ ସେବା ପାଇଁ ରୋଗୀ ଓ କର୍ମ ସଂସ୍ଥାନ ପାଇଁ ଲୋକମାନେ ଏହି ବସ ଉପରେ ନିର୍ଭରଶୀଳ ଥିଲେ, କିନ୍ତୁ ବସ ସେବା ବନ୍ଦ ଫଳରେ ହାଇଦ୍ରାବାଦ ଯିବାପାଇଁ ଅନେକ ଅସୁବିଧା ର ସମ୍ମୁଖୀନ ହେଉଥିବା କହିଛନ୍ତି। ହାଇଦ୍ରାବାଦ ବସ ଚଳାଚଳ ନେଇ କଳାହାଣ୍ଡି ଜିଲ୍ଲା ଓଡିଶା ରାଜ୍ୟ ପରିବହନ ବିଭାଗ ର ଡିଏମ ତୁଲା ଦାସ ଙ୍କ ପ୍ରତିକ୍ରିୟା ନେବାରୁ ହାଇଦ୍ରାବାଦ ବସ ଚଳାଚଳ ନେଇ ଆନ୍ଧ୍ରପ୍ରଦେଶ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବସ ରହଣି କୁ ନେଇ କିଛି ସମସ୍ୟା ଉପୁଜିଛି ସେହି କାରଣରୁ ବସ ଚଳାଚଳ ବନ୍ଦ ରହିଛି, ଏନେଇ ରାଜ୍ୟ ପରିବହନ ବିଭାଗ କୁ ଅବଗତ କରାଯାଇଛି, ସ୍ଥାନୀୟ ଧର୍ମଗଡ ବିଧାୟକ ମଧ୍ୟ ଏନେଇ ରାଜ୍ୟ ଓଏସଆରଟିସି ଅଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି। ଆନ୍ଧ୍ରପ୍ରଦେଶ ପରିବହନ ବିଭାଗ ସହ ଆଲୋଚନା ପରେ ଶୀଘ୍ର ପୂର୍ବଭଳି ହାଇଦ୍ରାବାଦ କୁ ବସ ଚଳାଚଳ ସ୍ବାଭାବିକ ହେବ ବୋଳି କହିଛନ୍ତି। ତେବେ କଳାହାଣ୍ଡି ଜିଲ୍ଲାର ଯାତ୍ରୀ, ଛାତ୍ରଛାତ୍ରୀ,ରୋଗୀ ଓ ଜନ ସାଧାରଣ ଙ୍କ ଗମନାଗମନ କୁ ଦୃଷ୍ଟି ରେ ରଖି ରାଜ୍ୟ ପରିବହନ ବିଭାଗ ଶୀଘ୍ର ଭବାନୀପାଟଣା ହାଇଦ୍ରାବାଦ ବସ ଚଳାଇବା ପାଇଁ କଳାହାଣ୍ଡି ଅଞ୍ଚଳବାସୀ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ