Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Daler Kharkiya Firing: ହରିୟାଣା ଗାୟକ ଦଲେର ଖରକିୟାଙ୍କ ରେଞ୍ଜ ରୋଭର ଉପରେ ଗୁଳିମାଡ଼, ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ପୋଷ୍ଟ

ହରିୟାଣା: ହରିୟାଣାରେ ହରିୟାଣଭୀ ଗାୟକ ଦଲେର ଖରକିୟାଙ୍କ ରେଞ୍ଜ ରୋଭର ଗାଡ଼ି ଉପରେ ଗୁଳିମାଡ଼ ଘଟଣା ସାମ୍ନାକୁ ଆସିଛି। ଘଟଣା ସମୟରେ ଗାୟକ ଗାଡ଼ିରେ ଥିଲେ ବୋଲି ଜଣାପଡ଼ିଛି। ତେବେ ଗୁଳିମାଡ଼ରେ ସେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଘଟଣା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି।

ଏହି ଘଟଣା ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହୋଇଛି। ଅନିଲ ପଣ୍ଡିତଙ୍କ ନାମରେ ହୋଇଥିବା ଏହି ପୋଷ୍ଟରେ ଗୁଳିମାଡ଼ର ଦାୟିତ୍ୱ ନେବା ଦାବି କରାଯାଇଛି। କଥିତ ପୋଷ୍ଟରେ ଫୋନ୍‌ କଲ୍‌ର ଜବାବ ନଦେବାକୁ ନେଇ ଗାୟକଙ୍କୁ ଧମକ ଦିଆଯାଇଥିବା ଦାବି ରହିଛି। ପୋଷ୍ଟରେ ହିମାଂଶୁ ସୋନିପତ, ହରି ବକ୍ସର, ହରମନ ସାନ୍ଧୁ ଓ ଅନିଲ ପଣ୍ଡିତଙ୍କ ନାମ ମଧ୍ୟ ଉଲ୍ଲେଖ ରହିଛି।

ସୋସିଆଲ ମିଡିଆରେ ଆସିଥିବା ଏହି ଦାବିର ସତ୍ୟତା ଏବଂ ଗୁଳିମାଡ଼ ପଛରେ କିଏ ଅଛନ୍ତି, ସେନେଇ ପୁଲିସ ତଦନ୍ତ କରୁଛି। ଗୁଳିମାଡ଼ର କାରଣ, ଅଭିଯୁକ୍ତଙ୍କ ପରିଚୟ ଓ ଭାଇରାଲ ପୋଷ୍ଟର ବାସ୍ତବତା ସମ୍ପର୍କରେ ତଦନ୍ତ ପରେ ଅଧିକ ସୂଚନା ସାମ୍ନାକୁ ଆସିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories