Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Naveen Patnaik Delhi Visit: ୭ ଦିନିଆ ଦିଲ୍ଲୀ ଗସ୍ତ ସାରି ଆଜି ଓଡ଼ିଶା ଫେରିବେ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଦିନିଆ ଦିଲ୍ଲୀ ଗସ୍ତ ଶେଷ କରି ଆଜି ଓଡ଼ିଶା ଫେରିବେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ୟକ୍ତିଗତ କାମରେ ନବୀନ ଦିଲ୍ଲୀ ଯାଇଥିବା ବେଳେ ଆଜି ମଧ୍ୟାହ୍ନ ୧୨ଟା ୫୦ ମିନିଟ୍‌ ସମୟରେ ଭୁବନେଶ୍ୱର ଫେରିବାର କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି।

ନବୀନଙ୍କ ଏହି ଦିଲ୍ଲୀ ଗସ୍ତ ସମ୍ପୂର୍ଣ୍ଣ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଥିବା କୁହାଯାଇଛି। ଗତ ୭ ଦିନ ଧରି ସେ ଦିଲ୍ଲୀରେ ରହିବା ପରେ ଏବେ ଓଡ଼ିଶା ଫେରୁଛନ୍ତି। ତାଙ୍କ ଗସ୍ତ ସମୟରେ କୌଣସି ରାଜନୈତିକ କାର୍ଯ୍ୟକ୍ରମ ନେଇ ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ନବୀନଙ୍କ ଓଡ଼ିଶା ପ୍ରତ୍ୟାବର୍ତ୍ତନକୁ ନେଇ ଏବେ ବିଜେଡି ଶିବିରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଦଳୀୟ କାର୍ଯ୍ୟକ୍ରମ ଓ ଆଗାମୀ ରାଜନୈତିକ ଗତିବିଧି ନେଇ ତାଙ୍କ ଫେରିବା ପରେ କଣ ଆଲୋଚନା ହେବ, ତାହା ଉପରେ ଦଳୀୟ ନେତା ଓ କର୍ମୀଙ୍କ ନଜର ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories