Opera Yajnaseni: ଧର୍ମାନ୍ତୀକରଣ ଦୃଶ୍ୟକୁ ବିରୋଧ କରି ଷ୍ଟେଜ୍କୁ ଚେୟାର ଏବଂ ପାଣି ବୋତଲ ଫିଙ୍ଗିଲେ ଦର୍ଶକ
କଟକ: କଟକ ଜିଲ୍ଲା ତିଗିରିଆ ଥାନା ଅଧୀନ ନୂଆପାଟଣାରେ ଅପେରା ଯାଜ୍ଞସେନୀର ‘ସନାତନୀ’ ନାଟକ ପରିବେଷଣ ବେଳେ ଉତ୍ତେଜନା ଦେଖାଦେଇଛି। ଏକ ଧର୍ମାନ୍ତୀକରଣ ଦୃଶ୍ୟକୁ ନେଇ ଆପତ୍ତି ଉଠାଇ କିଛି ଦର୍ଶକ ଷ୍ଟେଜ୍ ଉପରକୁ ଚେୟାର ଓ ପାଣି ବୋତଲ ଫିଙ୍ଗିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ନାଟକ ପରିବେଷଣ ସମୟରେ କିଛି ସମୟ ପାଇଁ ପରିସ୍ଥିତି ଅଶାନ୍ତ ହୋଇପଡ଼ିଥିଲା।
ସୂଚନା ଅନୁସାରେ, ଯାତ୍ରା ମଞ୍ଚରେ କିଛି ଦୃଶ୍ୟକୁ ନେଇ ଦର୍ଶକଙ୍କ ବିରୋଧର ଘଟଣା ସାମ୍ନାକୁ ଆସୁଛି। କେତେବେଳେ ଆପତ୍ତିଜନକ ଦୃଶ୍ୟକୁ ନେଇ ତ କେତେବେଳେ ଧର୍ମାନ୍ତରଣ ଭଳି ଦୃଶ୍ୟକୁ ନେଇ ଦର୍ଶକମାନେ ଅସନ୍ତୋଷ ପ୍ରକାଶ କରୁଥିବା କୁହାଯାଉଛି। ନୂଆପାଟଣାରେ ‘ସନାତନୀ’ ନାଟକର ଏକ ଦୃଶ୍ୟ ଚାଲିଥିବା ବେଳେ ମଧ୍ୟ ଦର୍ଶକଙ୍କ ଏଭଳି ପ୍ରତିବାଦ ଦେଖିବାକୁ ମିଳିଥିଲା।
ଧର୍ମାନ୍ତରଣ ଦୃଶ୍ୟ ପରିବେଷଣ ବେଳେ ଷ୍ଟେଜ୍ ଉପରକୁ ଚେୟାର ଓ ପାଣି ବୋତଲ ଫିଙ୍ଗାଯାଇଥିବା ଅଭିଯୋଗ ପରେ ଘଟଣାଟି ଚର୍ଚ୍ଚାକୁ ଆସିଛି। ତେବେ ଏହି ଘଟଣାକୁ ନେଇ ପୁଲିସ କିମ୍ବା ଆୟୋଜକଙ୍କ ପକ୍ଷରୁ ଅଧିକ ସୂଚନା ମିଳିନଥିଲେ, ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବା ବାକି ରହିଛି।

