Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

NEET-SS Cut-Off: ୫୦%ରୁ ୩୦%କୁ କମିବ ନିଟ୍‌-ଏସ୍‌ଏସ୍‌ ଯୋଗ୍ୟତା ମାର୍କ, ପ୍ରାୟ ୬ ହଜାର ଆଶାୟୀଙ୍କୁ ମିଳିବ ସୁଯୋଗ

ନୂଆଦିଲ୍ଲୀ: NEET-SS ଅର୍ଥାତ୍ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ-ସୁପର ସ୍ପେଶିଆଲିଟି ପାଇଁ ଯୋଗ୍ୟତା ମାର୍କ କମାଇବା ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରିଛନ୍ତି। ବର୍ତ୍ତମାନର ୫୦ ପ୍ରତିଶତ ଯୋଗ୍ୟତା ମାର୍କକୁ ୩୦ ପ୍ରତିଶତକୁ କମାଇବା ପାଇଁ ସରକାର ସହମତ ହୋଇଥିବା ଜଣାପଡ଼ିଛି। ଏହାଦ୍ୱାରା ପ୍ରାୟ ୬ ହଜାର ଆଶାୟୀ ଯୋଗ୍ୟ ହୋଇପାରନ୍ତି।

ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ନୋଟ୍‌ ଅନୁସାରେ, NEET-SS ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂ ଶେଷ ହେବା ପରେ ମଧ୍ୟ ୧,୮୫୭ଟି ସୁପର ସ୍ପେଶିଆଲିଟି ସିଟ୍‌ ଖାଲି ରହିଛି। ଏଥିରୁ ବହୁ ସଂଖ୍ୟକ ସିଟ୍‌ ମେଡିକାଲ ଓ ସର୍ଜିକାଲ ବିଷୟ ସହ ଜଡ଼ିତ। ଖାଲି ସିଟ୍‌ ପୂରଣ ପାଇଁ ସମସ୍ତ ହିତଧାରକଙ୍କ ସହ ଆଲୋଚନା ପରେ ଯୋଗ୍ୟତା ମାର୍କ କମାଇବା ନେଇ ସହମତି ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏହି ମାମଲାର ଶୁଣାଣି ସମୟରେ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ, ମାର୍କ ୩୦ ପ୍ରତିଶତକୁ କମିଲେ ୧,୮୫୭ ଖାଲି ସିଟ୍‌ ପାଇଁ ପ୍ରାୟ ୬ ହଜାର ଯୋଗ୍ୟ ପ୍ରାର୍ଥୀ ଉପଲବ୍ଧ ହେବେ। ଏହାସହ ତାମିଲନାଡୁର ସରକାରୀ ଡାକ୍ତରଙ୍କ ପାଇଁ ସିଟ୍‌ ସଂରକ୍ଷଣ ସମ୍ପର୍କିତ ପ୍ରସଙ୍ଗ ମଧ୍ୟ ଶୁଣାଣିରେ ଉଠିଥିଲା। ବିଶେଷ ପରିସ୍ଥିତି ଓ ପୂର୍ବ ଆଦେଶକୁ ଦୃଷ୍ଟିରେ ରଖି ତାମିଲନାଡୁର ସରକାରୀ ଡାକ୍ତରଙ୍କ ପାଇଁ ୪୦ଟି ସିଟ୍‌ ପ୍ରଦାନ କରାଯିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories